ମହର୍ଷି କଲେଜରେ ଉତେଜନା : ନିର୍ବାଚନ ପ୍ରାର୍ଥୀପତ୍ର ନାକଚ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଶାନ୍ତି

24

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଅଶାନ୍ତ ମହର୍ଷି କଲେଜ । ଚଳିତ ବର୍ଷ ନିର୍ବାଚନର ପ୍ରାର୍ଥୀପତ୍ର ନାକଚ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଶାନ୍ତି ଦେଖାଦେଇଛି । ୨୯ ତାରିଖରେ ପ୍ରାର୍ଥୀପତ୍ର ଦାଖଲ ହୋଇଥିବା ବେଳେ ଗତକାଲି ପ୍ରାର୍ଥୀପତ୍ର ଯାଂଚ ହୋଇଥିଲା। ତେବେ ଆଜି ପ୍ରାର୍ଥୀଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ପରେ ଆଶାୟୀ ପ୍ରାର୍ଥୀଙ୍କ ନା ନଥିବାରୁ ଉତେଜିତ ହୋଇଥିଲେ ଛାତ୍ରଛାତ୍ରୀ । ଫଳରେ ଉତେଜିତ ଛାତ୍ରଛାତ୍ରୀ କଲେଜ ଗେଟ ସମ୍ମୁଖରେ ଧାରଣା ଦେବା ସହ ଟେକାପଥାର ମାଡ଼ କରିଛନ୍ତି । ଏହାସହ ରାସ୍ତାରେ ଟାୟାର ଜଳାପୋଡ଼ା କରିଛନ୍ତି । ଟେକାମାଡ଼ରେ କଲେଜର ଜଣେ କର୍ମଚାରୀଙ୍କର ମୁଣ୍ଡ ଫାଟିଥିବା ଜଣାପଡ଼ିଛି ।