ମହାରାଷ୍ଟ୍ରରେ ଜୋର ଧରିଲା ମରାଠା ସଂରକ୍ଷଣ ଆନ୍ଦୋଳନ: ହିଂସାର ରୂପ ନେଲା ବିକ୍ଷୋଭ, ପଥରମାଡରେ ଜଣେ କନେଷ୍ଟବଳ ମୃତ, ସହରରେ ଇଂଟରନେଟ୍ ସେବା ବନ୍ଦ

54

କନକ ବ୍ୟୁରୋ : ଦେଶରେ କୋଟାକୁ ନେଇ ଆନ୍ଦୋଳନ ବିଭିନ୍ନ ସମୟରେ ହେଉଥିବାର ଦେଖାଯାଇଛି । ତେବେ କେତେବେଳେ ଦଳୀତମାନେ ନିଜର ଦାବୀନେଇ ରାଜରାସ୍ତାରେ ଆନ୍ଦୋଳନ କରୁଥିବା ସମୟରେ ଆଉ କେତେବେଳେ ଅନ୍ୟ ଜାତିମାନେ ରାଜରାସ୍ତାକୁ ଓହ୍ଲାଇବାରେ ଦେଖାଯାଇଛି । ତେବେ ମହାରାଷ୍ଟ୍ରରେ କୋଟାକୁ ସରଗରମ ହୋଇଛି ଆନ୍ଦୋଳନା ସେମାନଙ୍କ ଦାବୀ ମୁତାବର ସରକାରୀ ଚାକିରୀ କ୍ଷେତ୍ରରେ ମରାଠାମାନଙ୍କୁ ଦିଆଯାଉ ଆରକ୍ଷଂଣ । ଯାହା ଫଳରେ ସେଠାରେ ପାଠସାଠ ପଢି ବେକାର ବୁଲୁଥିବା ଯୁବକ ଓ ଯୁବତୀମାନେ ଚାକିରୀ ପାଇପାରିବେ । ଏହାକୁ ନେଇ ସାରା ରାଜ୍ୟରେ ପୋଡାଡଳା ହେଉଛିବା ଦେଖିବାକୁ ମିଳିଛି । ମରାଠା କ୍ରାନ୍ତି ମୋର୍ଚ୍ଚା ଏହାର ନେତୃତ୍ୱ ନେଉଛନ୍ତି । ବନ୍ଦ ଡାକରାରେ ସାରା ମହାରାଷ୍ଟ୍ର ଅସ୍ତବ୍ୟସ୍ତ ହୋଇଛି । ଆନ୍ଦୋଳନକୁ ବ୍ୟାପକ ମାତ୍ରାରେ କରାଯାଉଥିବାରୁ ସେଠାରେ ଇଣ୍ଟରନେଟ ସେବା ମଧ୍ୟ ବନ୍ଦ ରଖାଯାଇଥିବା ସୂଚନା ମିଳିଛି ।

ମରାଠା କ୍ରାନ୍ତି ମୋର୍ଚ୍ଚାର ବନ୍ଦ୍ ଡାକରାରେ ମରାଠାମାନେ ବିଭିନ୍ନ ସ୍ଥାନରେ ବିକ୍ଷୋଭ କରିବା ସହ ହିଂସା ଭିଆଇଛନ୍ତି । ତେବେ ଔରଙ୍ଗାବାଦ୍ ଓ ମରାଠାୱାଡାରେ ଆନ୍ଦୋଳନର ବେଶି ପ୍ରଭାବ ଦେଖିବାକୁ ମିଳିଛି । ଏହି ବନ୍ଦ ଡାକରା ଯୋଗୁଁ ସ୍କୁଲ କଲେଜ ସବୁ ବନ୍ଦ ରହିଥିବା ସୂଚନା ମିଳିଛି ।ପ୍ରଦର୍ଶନକାରୀମାନେ କେତେକ ସ୍ଥାନରେ ପୋଡାଜଳା କରିଛନ୍ତି । ପ୍ରଦର୍ଶନକାରୀଙ୍କ ପଥରମାଡରେ ଜଣେ କନେଷ୍ଟବଳଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟମାନେ ଆହତ ହୋଇଥିବା ଜଣାପଡିଛି । ଆନ୍ଦୋଳନ ଉଗ୍ର ରୂପ ନେଉଥିବାରୁ ଔରଙ୍ଗାବାଦରେ ପ୍ରଶାସନର ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରଯାଇଛି । ଅନ୍ୟପଟେ ଏହି ବନ୍ଦ ଯୋଗୁଁ ଔରଙ୍ଗାବାଦ-ପୁଣେ ରାସ୍ତା ବନ୍ଦ ହେବାରୁ ଜନସାଧାରଣଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି । ସେପଟେ ପଣ୍ଡରପୁରରେ ଆୟୋଜିତ ହେଉଥିବା ବାରୀ ନାମକ ଏକ ଧାର୍ମିକ ଯାତ୍ରା ମଧ୍ୟ ଏହି ବନ୍ଦ ଯୋଗୁଁ ପ୍ରଭାବିତ ହୋଇଛି । ଏହି ଯାତ୍ରାରେ ସାମିଲ ହେବାକୁ ଥିବା ବହୁ ଯାତ୍ରୀ ଲାତୁର ବସ୍ ଷ୍ଟାଣ୍ଡରେ ଫସିରହିଛନ୍ତି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କ ଇସ୍ତଫା ଦାବି କରିଛନ୍ତି ଆନ୍ଦୋଳନକାରୀ ।