ମହାରାଷ୍ଟ୍ର : ସରକାରଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ରାଜ୍ୟର ଚାଷୀ, ବିଭିନ୍ନ ସ୍ଥାନରେ ରାସ୍ତାରେ କ୍ଷୀର ଢାଳି ବିରୋଧ ପ୍ରଦର୍ଶନ

26

କନକ ବ୍ୟୁରୋ : ମହାରାଷ୍ଟ୍ର ସରକାରଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ରାଜ୍ୟର ଚାଷୀ । ରାଜ୍ୟ ସରକାରଙ୍କ କୃଷକ ବିରୋଧୀ ନୀତି ପ୍ରତିବାଦରେ ଚାଷୀମାନେ ବଡ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଆଜିଠାରୁ କୃଷକଙ୍କ ଆନ୍ଦୋଳନ ଫଳରେ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନକୁ ଦୁଗ୍ଧ ସହ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ପରିବହନ ବନ୍ଦ ହୋଇଯାଇଛି । ମହାରାଷ୍ଟର ବିଭିନ୍ନ ସ୍ଥାନରେ ରାସ୍ତାରେ କ୍ଷୀର ଢାଳି ବିରୋଧ ପ୍ରଦର୍ଶନ କରିଛନ୍ତି ଚାଷୀ । ମହାରାଷ୍ଟ୍ରର ଶିରିଡିରେ କୃଷକମାନେ ରାଜରାସ୍ତାରେ ଶହ ଶହ ଲିଟର କ୍ଷୀର ଢାଳିଛନ୍ତି ।