ଅଳ୍ପକେ ବର୍ତିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ! ଉଡାଣର ଅଳ୍ପସମୟ ମଧ୍ୟରେ ଲାଟୁରରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

30

କନକ ବ୍ୟୁରୋ : ଅଳ୍ପକେ ବର୍ତିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ । ମହାରାଷ୍ଟ୍ର ଲାଟୁରରେ ଦେବେନ୍ଦ୍ର ଫଡନଭିସଙ୍କ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଛି । ଫଡନଭିସ୍ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି । ଟୁଇଟ୍ କରି ଫଡନଭିସ୍ କହିଛନ୍ତି ମୁଁ ଓ ମୋର ଟିମ୍ ସୁରକ୍ଷିତ ଅଛୁ । ଚିନ୍ତାର କୈାଣସି କାରଣ ନାହିଁ । ଉଡାଣ ଭରିବାର ଅଳ୍ପ ସମୟ ମଧ୍ୟରେ ହେଲିକପ୍ଟରଟି ଦୁର୍ଘଟଣା ଗସ୍ତ ହୋଇଥିବା ଜଣାପଡିଛି । ତେବେ ଦୁର୍ଘଟଣାର କାରଣ ଜଣାପଡିନାହିଁ ।