ଜୁସ୍ ନେଇଗଲା ଜୀବନ! ଲାଉ ଜୁସ୍ ପିଇବା ଦ୍ୱାରା ହେଲା ମହିଳାଙ୍କ ମୃତ୍ୟୁ, ଆପଣ ବି ହୋଇଯାଆନ୍ତୁ ସାବଧାନ

39

ଲୋକ ସ୍ଲିମ୍ ରହିବା ପାଇଁ ଭଲ ଡାଏଟ୍ ର ସାହାରା ନିଅନ୍ତି । ଏବଂ ଏହି ଡାଏଟ୍ ରେ ଲାଉ ରସ ନିଶ୍ଚୟ ସାମିଲ ଥାଏ । କିନ୍ତୁ ଆପଣଙ୍କ ଜଣା ଅଛି କି ଲାଉ ବି ହୋଇପାରେ ଘାତକ । ପୁଣେ ରେ ଏମିତି ଲାଉ ଏକ ମହିଳାଙ୍କ ଜୀବନ ନେଇଛି । ସୂଚନାଯାଗ୍ୟ, ପୁଣେର ୪୧ ବର୍ଷୀୟ ମହିଳା ଇଂଜିନିୟର ଲାଉ ଜୁସ୍ ପିଇ ମୃତ୍ୟୁ ବରଣ କରିଛନ୍ତି । ଏହି ଘଟଣା ଚାଂଚଲ୍ୟ ସୃଷ୍ଟି କରିଦେଇଛି । ଏହା ହେଉଛି ଜୁନ୍ ମାସ ୧୨ ତାରିଖର ଘଟଣା । ଏହି ମହିଳାକୁ କୈାଣସି ସ୍ୱାସ୍ଥ୍ୟ ସମସ୍ୟା ନଥିଲା । ସେ ଏମିତି ହିଁ ଲାଉ ଜୁସ୍ ପିଇଲେ ଏବଂ କିଛି ଦିନ ପରେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଲା । ଲଗାତାର ବାନ୍ତି ହେବାପରେ ତାଙ୍କୁ ହସପିଟାଲ୍ ନିଆଯାଇଥିଲା । ତା’ପରେ ୨ ଦିନ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ହେବାପରେ ୧୬ ଜୁନ୍ ରେ ତାଙ୍କର ପ୍ରାଣ ଚାଲିଯାଇଥିଲା ।

ଡାକ୍ତରଙ୍କ କହିବାନୁସାରେ, ମହିଳାଙ୍କୁ ଲାଉ ଜୁସ୍ ରେ ବ୍ରେନ୍ ହେମରେଜ୍ ହୋଇଯାଇଥିଲା । ଯଦ୍ୱାରା ତାଙ୍କର ମୃତ୍ୟୁ ହୋଇଗଲା । ଡାକ୍ତରଙ୍କ ଅନୁସାରେ ଏହା ପ୍ରଥମ ଘଟଣା ନୁହେଁ । ବେଳେବେଳେ ସେ ଲୋକଙ୍କୁ ପରାମର୍ଶ ଦିଅନ୍ତି କି ଜୁସ୍ ର ସ୍ୱାଦ କଷା ଥିଲେ ତାହାର ସେବନ କରିବା ଉଚିତ୍ ନୁହେଁ । ଜୁସ୍ ରେ ବିଷାକ୍ତ ତତ୍ୱ ସୃଷ୍ଟି ହୋଇପାରେ ଯାହା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ ।