ମହାରାଷ୍ଟ୍ରରେ ଆଜି ମହା ପରୀକ୍ଷା । ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ : ଆଜି ସ୍ପଷ୍ଟ ହେବ ପୁରା ଚିତ୍ର

317

କନକ ବ୍ୟୁରୋ : ଆଜି ବିଧାନସଭାରେ ନିଜର ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଆଜି ଅପରାହ୍ନ ୨ଟାରେ ବହୁମତ ସାବ୍ୟସ୍ତ କରିବେ ଶିବସେନା-ଏନସିପି- କଂଗ୍ରେସ ମେଂଟ । ରବିବାର ବାଚସ୍ପତି ନିର୍ବାଚନ ହେବ ଏବଂ ସୋମବାର ରାଜ୍ୟପାଳ ଭଗତସିଂହ କୋଶ୍ୟାରୀ ବିଧାନସଭାକୁ ଉଦବୋଧନ ଦେବାର କାର୍ଯ୍ୟସୂଚୀ ରହିଛି । ଆଜିଠାରୁ ନୂଆ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ପାଇଁ ଡାକରା ଦିଆଯାଇଛି । ତିନି ଦଳରେ ମେଂଟ କରିବାରେ ସଫଳ ହୋଇଗଲେ ଉଦ୍ଧବ, କିନ୍ତୁ ଆଜି ତାଙ୍କର ପ୍ରକୃତ ପରୀକ୍ଷା ହେବ ବିଧାନସଭା ମଧ୍ୟରେ ।

ତାଙ୍କୁ ବହୁମତର ପ୍ରମାଣ ଦେଖାଇବାକୁ ହେବ । ଶପଥ ନେବା ପୂର୍ବରୁ ଏହି ମେଂଟ ତାଙ୍କ ପାଖରେ ୧୬୨ ବିଧାୟକଙ୍କ ସମର୍ଥନ ଥିବା ନେଇ ଦୃଢୋକ୍ତି ପ୍ରକାଶ କରିଥିଲେ । ଏକ ଷ୍ଟାର ହୋଟେଲରେ ଏକାଠି ହୋଇ ଆମେ ୧୬୨ ବୋଲି ଉଲ୍ଲେଖ କରିଥିଲେ । ତେବେ ବାସ୍ତବ ଚିତ୍ର ଆଜି ଅପରାହ୍ନରେ ସ୍ପଷ୍ଟ ହେବ ।