ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ‘ଆଁଖ ମାରେ’ ଗୀତରେ ଝୁମିଲେ ସାସଂଦ । ସାମନାକୁ ଆସିଲା ଭିଡିଓ  

143

ମହାରାଷ୍ଟ୍ରର ଭଣ୍ଡାରା-ଗୋନ୍ଦିଅ।ରୁ ଏନସିପି ସାଂସଦ ମଧୁକର କୁକଡେଙ୍କ ଏକ ଭିଡିଓ ସାମନାକୁ ଆସିଛି । ଯେଉଁଥିରେ ସେ ସ୍କୁଲ ଛାତ୍ରୀଙ୍କ ସହ ଏକ ସମାରୋହରେ ଯୋଗ ଦେବା ପାଇଁ ଯାଇଥିଲେ । ସ୍କୁଲର ସାଂସ୍କୃତିକ କାର୍ଯ୍ୟକ୍ରମ ସମୟରେ ସାଂସଦ ମଂଚ ଉପରେ ଥିଲେ , ଯେବେକି କିଛି ସ୍କୁଲ ଛାତ୍ରୀ ନାଚୁଥିଲେ । ସେତେବେଳେ ନାଚୁଥିବା ଛାତ୍ରୀଙ୍କ ସହ ସାସଂଦ ଆସିଗଲେ ଓ ନାଚିବା ଆରମ୍ଭ କରିଦେଲେ । ଏହାପରେ ସେଠି ଉପସ୍ଥିତ ଛାତ୍ରଛାତ୍ରୀ ସାଂସଦଙ୍କୁ ଡାନ୍ସ କରୁଥିବାର ଦେଖି ବହୁତ ଉତ୍ସାହିତ ହେଲେ । ଏହି ଭିଡିଓ ୫ ଜାନୁୟାରୀର ।

ସୂଚନାଯୋଗ୍ୟ, ମହାରାଷ୍ଟ୍ରର ଭଣ୍ଡାରା- ଗୋନ୍ଦିଆ ଲୋକସଭା ସିଟରେ ହୋଇଥିବା ଉପ-ନିର୍ବାଚନରେ ମଧୁକର କୁକ ଡେ ବିଜେପିର ହେମନ୍ତ ପଟେଲଙ୍କୁ ହରାଇଥିଲେ । ଏନସିପି ପ୍ରାର୍ଥୀ ମଧୁକର କୁକଡେ ହେମନ୍ତ ପଟେଲଙ୍କୁ ୪୮,୦୯୭ ଭୋଟରେ ହରାଇଥିଲେ ।