ଡ୍ରିମଗର୍ଲକୁ ନେଇ ମହାରାଷ୍ଟ୍ରର ବିଧାୟକଙ୍କର ବିବାଦୀୟ ବୟାନ ! କହିଲେ, ହେମା ମାଳିନୀ ନିୟମିତ ପିଅନ୍ତି ମଦ

30

ମହାରାଷ୍ଟ୍ରର ଜଣେ ନିର୍ଦ୍ଦଳୀୟ ବିଧାୟକ ବଚ୍ଚୁ କଡୁ ବଲିଉଡର ଡ୍ରିିମଗର୍ଲଙ୍କ ବିଷୟରେ ବିବାଦୀୟ ବୟାନ ଦେଇଛନ୍ତି । ସେ ଅଭିନେତ୍ରୀ ତଥା ବିଜେପି ସାଂସଦ ହେମା ମାଳିନୀଙ୍କ ମଦ ପିଅନ୍ତି ବୋଲି କହିଛନ୍ତି । ବଚ୍ଚୁ ଅଚଲପୁର ବିଧାନସଭାରର ନିର୍ଦ୍ଦଳୀୟ ବିଧାୟକ ଅଟନ୍ତି । ଏହାସହ ବଚ୍ଚୁ ତାଙ୍କର ନିଆର ଉପାୟରେ ବିରୋଧ ପ୍ରଦର୍ଶନକୁ ନେଇ ବେଶ୍ ଚର୍ଚ୍ଚିତ ।

ଏହି ମାମଲା ଚାଷୀ ଆତ୍ମହତ୍ୟା ସହ ଯୋଡି ହୋଇଛି । ଚାଷୀମାନେ ମଦ ପିଇ ଆତ୍ମହତ୍ୟା କରନ୍ତି-ଏହି ଉକ୍ତିର ବିରୋଧରେ ବଚ୍ଚୁ ହେମାଙ୍କ ଉଦାହରଣ ଦେଇଛନ୍ତି । ସେ କହିଛନ୍ତି ବିଜେପି ସାଂସଦ ହେମାମାଳିନୀ ସବୁଦିନ ମଦ ପିଅନ୍ତି, ତଥାପି ସେ ତ ଆତ୍ମହତ୍ୟା କରିନାହାନ୍ତି । ଖବର ଅନୁସାରେ ବିଧାୟକ ବଚ୍ଚୁ କଡୁ ଚାଷୀଙ୍କ ଦାବିକୁ ନେଇ ଏକ ଯାତ୍ରାର ଆୟୋଜନ କରିଥିଲେ ।

ଏହି ସମୟରେ ସେ କହିଥିଲ ନାରାୟଣ ରାଣେ କହିଲେ ମଦ ଯୋଗୁଁ ଚାଷୀ ଆତ୍ମହତ୍ୟା କରନ୍ତି । ଗଡକରୀ କହିଲେ ବିବାହରେ ଅଧିକ ଖର୍ଚ୍ଚ ଯୋଗୁଁ ଚିନ୍ତାରେ ଚାଷୀ ଆତ୍ମହତ୍ୟା କରନ୍ତି । ଏନେଇ ଅନ୍ୟମାନେ ମଧ୍ୟ ଅନେକ କଥା କୁହନ୍ତି । ଏହାସହ ସେ ପ୍ରଶ୍ନ କରିଛନ୍ତି ମଦ କିଏ ପିଉନି । ୭୫ ପ୍ରତିଶତ ବିଧାୟକ ମଦ ପିଅନ୍ତି, ସାଂସଦ ବି ପିଅନ୍ତି, ପତ୍ରକାରମାନେ ମଧ୍ୟ ପିଅନ୍ତି ।

                                                      ( ସୌଜନ୍ୟ-ଆଜତକþ )