ପ୍ଲାଷ୍ଟିକ ବ୍ୟାନ ବନିଲା ମୃତ୍ୟୁର କାରଣ : ପ୍ଲାଷ୍ଟିକ ନିଷେଧ ହେବାରୁ ପାଣିକୁ ଡିଆଁ ମାରି ଜୀବନ ହାରିଲେ ବ୍ୟବସାୟୀ

45

ମହାରାଷ୍ଟ୍ର ସରକାରଙ୍କ ପ୍ଲାଷ୍ଟିକ ନିଷେଧ ଫଇସଲା ଲାଗୁ ହେବା ପରେ ରାଜ୍ୟରେ ଏହା କାରଣରୁ ଆତ୍ମହତ୍ୟାର ପ୍ରଥମ ମାମଲା ସାମନାକୁ ଆସିଲା । ନାଗପୁରର କଶ୍ମୀରୀ ଲେନ୍ ରେ ରହୁଥିବା ୫୧ ବର୍ଷୀୟ ନରେଶ ତୋଲାନି ୨୯ ଜୁଲାଇର ମଧ୍ୟରାତ୍ରିରେ ଗାନ୍ଧୀସାଗର ହ୍ରଦକୁ ଡିଆଁ ମାରି ଜୀବନ ହାରିଛନ୍ତି ।

ତାଙ୍କ ପତ୍ନୀ ଦିବ୍ୟାଙ୍କ କହିବାନୁସାରେ, ତାଙ୍କ ସ୍ୱାମୀ ପ୍ଲାଷ୍ଟିକ ନିଷେଧ ହେବା କାରଣରୁ ଡିପ୍ରେସନରେ ଥିଲେ ଏବଂ ସେ ଅନେକ ରାତି ଶୋଇନଥିଲେ । ସେହି ରାତି ବି ଦମ୍ପତି ନିରାଶ-ହତାଶ ଥିଲେ କିନ୍ତୁ ନରେଶଙ୍କ ପତ୍ନୀ ଦିବ୍ୟାଙ୍କୁ ନିଦ ଆସିଯାଇଥିଲା । ତାଙ୍କର ଯେବେ ସକାଳେ ସାଢ଼େ ୪ଟା ପାଖାପାଖି ନିଦ ଭାଙ୍ଗିଲା, ଦେଖିଲେ କି ସ୍ୱାମୀ ସେଠି ନାହାଁନ୍ତି ।

ତା’ପରେ ନରେଶଙ୍କ ପୁଅ ସୁମିତ ବାପାଙ୍କୁ ବହୁତ ଖୋଜାଖୋଜି କରିବା ପରେ ଗାନ୍ଧୀସାଗର ହ୍ରଦକୁ ପହଂଚିଲେ । ଜଣେ ବ୍ୟକ୍ତି ନରେଶକୁ ହ୍ରଦ ମଧ୍ୟକୁ ଡେଇଁଥିବା ଦେଖିଥିବା ପ୍ରକାଶ କଲେ । ହ୍ରଦ ପାଖରୁ ସୁସାଇଡ୍ ନୋଟ୍ ମିଳିଲା ଓ ସେଥିରେ ଲେଖାଥିଲା କି “ମୁଁ ପ୍ଲାଷ୍ଟିକ ବନ୍ଦ ହେବା କାରଣରୁ ଚିନ୍ତାରେ ଆସିଯାଇଛି । ମୋ ଜୀବନର ଦାୟୀ କେବଳ ମୁଁ । ” ଏହାପରେ ବହୁତ ପରିଶ୍ରମ କରିବା ପରେ ସୁମିତକୁ ହ୍ରଦ ଭିତରୁ ନରେଶଙ୍କ ଶବ ମିଳିଲା ।

ଗତ ୩୦ ବର୍ଷରୁ ନରେଶ କେବଳ ପ୍ଲାଷ୍ଟିକ ବ୍ୟାଗ ରିଟେଲର ବ୍ୟବସାୟ କରୁଥିଲେ । ସେ ନିର୍ମାତା ଓ ହୋଲସେଲର ଠାରୁ ପ୍ଲାଷ୍ଟିକ ବ୍ୟାଗ କିଣୁଥିଲେ ଓ ଦୋକାନ-ଦୋକାନ ବୁଲି ବିକ୍ରି କରୁଥିଲେ । ମାର୍ଚ୍ଚ ମାସରେ ରାଜ୍ୟରେ ପ୍ଲାଷ୍ଟିକ ବ୍ୟାନ ଘୋଷଣା ହେବା ପରେ ବିଜନେସର ଚାହିଦା ଓ ଯୋଗାଣ କମ୍ ହେବାକୁ ଲାଗିଲା । ପୁରା ମାର୍କେଟରେ ହଇଚଇ ସୃଷ୍ଟି ହୋଇଗଲା । ଜରିମାନା ଡରରେ ଦୋକାନୀ ପ୍ଳାଷ୍ଟିକ ବ୍ୟାଗ ନେବାକୁ ପ୍ରସ୍ତୁତ ନଥିଲେ ଓ ଏହି କାରଣରୁ ନରେଶ ଅବସାଦରେ ରହିଲେ । ଆର୍ଥିକ ଅବସ୍ଥା ଖରାପ ହେବାରୁ ତାଙ୍କ ପୁଅ ଝିଅଙ୍କୁ କଲେଜ ଛାଡିବା ପାଇଁ ବି ପଡିଲା ।