ବିବାହ ମଣ୍ଡପରେ ବୁଲେଟ୍ ରାଣୀ : ନାଲି ଶାଢି ପିନ୍ଧି, ଚଷମା ଲଗାଇ ବୁଲେଟ ଚଢ଼ି ପହଂଚିଲେ ବର ଘରେ

2,041

ସାଧାରଣତଃ ସିନେମାରେ କୌଣସି ଅଭିନେତ୍ରୀଙ୍କୁ ବୁଲେଟ ଚଢ଼ିବାର ଦେଖିବାକୁ ମିଳିଥାଏ। କିନ୍ତୁ ନିକଟରେ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ କନ୍ୟା ନାଲି ଶାଢି ପିନ୍ଧି ଆଖିରେ ଚଷମା ଲଗାଇ ବୁଲେଟ ଧରି ଆଗେ ଆଗେ ଯାଉଥିବାବେଳେ ପଛେ ପଛେ ଏକ ଫୁଲରେ ସଜା ହୋଇଥିବା ଗାଡି ଓ ତାଙ୍କ ପରିବାର ଆସୁଥିବା ଦେଖିବାକୁ ମିଳିଛି।

କନ୍ୟା ବେଶରେ ଥିବା ଝିଅ ଜଣଙ୍କ ନାମ କୋମଲ ଦେଶମୁଖ । କୋମଲ ଜଣେ ଚାଷୀ ପରିବାରର ଝିଅ । ତାଙ୍କ ବାହାଘର ଜାନୁଆରୀ ୨ ତାରିଖରେ ହୋଇଥିଲା । କୋମଲ ଯେତେବେଳେ ବାହାଘର ପାଇଁ ନିଜେ ବର ଘରକୁ ବୁଲେଟ ନେଇ ଯିବାକୁ ଚାହିଁଥିଲେ ତାଙ୍କ ବାପା ମଧ୍ୟ ତାଙ୍କୁ ଅନୁମତି ଦେଇଥିଲେ । ଖାଲି ବାପଘର ଲୋକ ନୁହେଁ ଶାଶୁ ଘରୁ ମଧ୍ୟ ତାଙ୍କୁ ଅନୁମତି ମିଳିଥିଲା ।

ତେବେ କୋମଲ ସମାଜକୁ ଏକ ମେସେଜ ଦେବାପାଇଁ ଏପରି କରିଥିବା ଜଣାପଡିଛି । ସେ କହିଛନ୍ତି ଆଜିର ସମାଜରେ ପୁଅ ଓ ଝିଅ ଭିତରେ କିଛି ପାର୍ଥକ୍ୟ ନାହିଁ । ପୁଅମାନେ କେବଳ ବରଯାତ୍ରୀ ନେଇ ଆସିବେନି ଝିଅମାନେ ମଧ୍ୟ ଯାଇପାରିବେ । ତେବେ ୫ କିଲୋମିଟର ପର୍ଯ୍ୟନ୍ତ ବୁଲେଟ ଚଲାଇ କୋମଲ ଶାଶୁ ଘରକୁ ଆସିଥିଲେ । ତାଙ୍କୁ ଏହି ବେଶରେ ଯିଏ ଦେଖୁଥିଲା ସେ ସ୍ୱାଗତ କରୁଥିଲା । ଆଉ ଏହି ନିଆରା ବାହାଘରକୁ ସମସ୍ତେ ଉପଭୋଗ କରିଥିଲେ । କୋମଲ ଦେଶମୁଖଙ୍କ ଏହି ଛୋଟିଆ ପ୍ରୟାସରେ ତାଙ୍କ ସାଥ ଦେଇଛନ୍ତି ତାଙ୍କ ପରିବାର ଓ ଶାଶୁ ଘର ଲୋକେ ।