୨୬୫୭ କିଲୋ ପିଆଜ ବିକ୍ରି କରି ଚାଷୀ ପାଇଲେ ମାତ୍ର ୬ ଟଙ୍କା ! ମନିଅର୍ଡର ପଠାଇ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ ଦୁଃଖ ।

105

ମହାରାଷ୍ଟ୍ରର ଜଣେ ପିଆଜ ଚାଷୀ ପିଆଜ ଦାମରେ କମିଥିବା ଦାମ୍ କୁ ଦେଖି ଏବଂ ପିଆଜ ବିକ୍ରି କରିବା ପରେ ମିଳୁଥିବା ମାମୁଲୀ ଟଙ୍କାକୁ ନେଇ ନିଜ ବିରୋଧ ଦର୍ଶାଇବାକୁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବିଶ୍ ଙ୍କୁ ୬ ଟଙ୍କା ମନି ଅର୍ଡର ପଠାଇଛନ୍ତି ।

ଶ୍ରେୟସ ଅଭାଲେ ନାମକ ଏହି ପିଆଜ ଚାଷୀ ତାୟା ଜିଲ୍ଲାର ସଙ୍ଗମନେର ଥୋକ୍ ନାମକ ଏକ ବଜାରରେ ୨୬୫୭ କିଲୋ ପିଆଜକୁ ପ୍ରତି କିଲୋ ପିଛା ୧ ଟଙ୍କାରେ ବିକ୍ରି କରିବା ପରେ ଏବଂ ବଜାରର ଖର୍ଚ୍ଚ ବାହାର କରିବା ପରେ ଚାଷୀ ଜଣକ ପାଖରେ ମାତ୍ର ୬ ଟଙ୍କା ବଳକା ରହିଲା । ଶ୍ରେୟସଙ୍କ କହିବାନୁସାରେ ୨୬୫୭ କିଲୋ ପିଆଜ ବିକ୍ରି କରିବା ପରେ ମୋତେ ୨୬୫୭ ଟଙ୍କା ମିଳିଥିଲା କିନ୍ତୁ ପରିବହନ ଏବଂ କୁଲୀକୁ ଆସୁଥିବା ଖର୍ଚ୍ଚ ଦେବା ପରେ ମୋ ପାଖରେ ମାତ୍ର ୬ ଟଙ୍କା ବଳକିିଥିଲା । ଏଭଳି ପରିସ୍ଥିତି ତାଙ୍କୁ ଖୁବ୍ ନିରାଶ କରିଥିଲା ଏବଂ ସେ ମୁଖ୍ୟମନ୍ତ୍ରୀଙ୍କୁ ୬ ଟଙ୍କାର ମନିଅର୍ଡର ପଠାଇଥିଲେ । ସେ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ସ୍ଥିତି ଉପରେ ଦୃଷ୍ଟି ନିକ୍ଷେପ କରିବାକୁ ମନିଅର୍ଡର ଯୋଗେ ୬ ଟଙ୍କା ପଠାଇଛନ୍ତି ।

Comments are closed.