ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ମାମଲା ! ରାଜ୍ୟପାଳଙ୍କ ନିଷ୍ପତି ବିରୋଧରେ ସୁପ୍ରିମକୋର୍ଟରେ ଶୁଣାଣି ଜାରି ,  ନିଷ୍ପତି ରଦ୍ଦ ସହ ତୁରନ୍ତ ଆସ୍ଥାଭୋଟ ପାଇଁ ଆବେଦନ କରିଛନ୍ତି କଂଗ୍ରେସ, ଏନସିପି ଓ ଶିବସେନା

228

କାଠଗଡାରେ ମହାରାଷ୍ଟ୍ର ସରକାର । ଆଜି ଏ ନେଇ ସୁପ୍ରିମକୋର୍ଟର ୩ ଜଣିଆ ଖଣ୍ଡପୀଠ ଶୁଣାଣି କରିଛନ୍ତି  । ଆଜି ଦିନ ୧୧ ଟା ୩୦ ମିନିଟରେ ୨ ନମ୍ବର କୋର୍ଟ ରୁମରେ ଆରମ୍ଭ ହୋଇଥିଲା ଶୁଣାଣି । ଜଷ୍ଟିସ ଏନବି ରମନ୍ନା, ଜଷ୍ଟିସ ଅଶୋକ ଭୂଷଣ ଓ ସଞ୍ଜୀବ ଖନ୍ନାଙ୍କ ଖଣ୍ଡପୀଠ ଆଗରେ ବିଜେପି ପକ୍ଷରୁ ପକ୍ଷ ରଖିଛନ୍ତି ମୁକୁଲ ରେହତୋଗୀ । ସେ ବିଜେପିର କିଛି ବିଧାୟକଙ୍କ ପକ୍ଷରୁ ପକ୍ଷ ରଖୁଥିବା କହିଛନ୍ତି । ପ୍ରଥମେ ହାଇକୋର୍ଟକୁ ଯିବା ବଦଳରେ ସିଧା ସୁପ୍ରିମକୋର୍ଟକୁ ଆସିବା ନେଇ ଯୁକ୍ତି ବାଢିଛନ୍ତି ମୁକୁଲ ରେହତୋଗୀ । ଆଜି ରବିବାର ଏ ନେଇ ଶୁଣାଣି ହେବ କି ନା ସେ ନେଇ ସର୍ବୋଚ୍ଚ ଅଦାଲତ ନିଷ୍ପତି ନେବା ଆବଶ୍ୟକ ରହିଛି । ସମ୍ବିଧାନର ଧାରା ୩୨ ଅନୁସାରେ କୌଣସି ରାଜନୈତିକ ଦଳର ଅଧିକାର ନାହିଁ ସୁପ୍ରିମକୋର୍ଟକୁ ଏ ସଂପର୍କରେ ଯାଚିକା ନେଇ ଆସିବ । ଏହା କେବଳ କୌଣସି ବ୍ୟକ୍ତିକୁ ମିଳିଥାଏ ବୋଲି ଯୁକ୍ତି ବାଢିଛନ୍ତି ମୁକୁଲ ରେହତୋଗୀ । ସେପଟେ କଂଗ୍ରେସ ପକ୍ଷରୁ ବରିଷ୍ଠ ଓକିଲ କପିଲ୍ ସିବଲ ଏନସିପି, କଂଗ୍ରେସ ଓ ଶିବସେନାର ପକ୍ଷ ରଖିଛନ୍ତି । ରାଜ୍ୟପାଳ ଅସାମ୍ବିଧାନିକ ଭାବେ ଦେବେନ୍ଦ୍ର ଫଡନବିସଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରାଇଥିବା ନେଇ ଯାଚିକା ପଡିଛି । ଏହାର ଶୁଣାଣି ୩ ଜଣିଆ ଖଣ୍ଡପୀଠରେ ଚାଲିଛି । ଗଭର୍ଣ୍ଣର ଫ୍ଲୋର ଟେଷ୍ଟ ପାଇଁ କୌଣସି ତାରିଖ ସ୍ଥିର ନକରିବା ନେଇ ପ୍ରଶ୍ନ ଉଠାଇଛନ୍ତି ସିବଲ । 

ବିଜେପି ପାଇଁ ଏବେ ବଡ ଚ୍ୟାଲେଂଜ ହେବ ମହାରାଷ୍ଟ୍ରରେ ବହୁମତ ପ୍ରମାଣ କରିବା । ଅଜିତ୍ ପାୱାରଙ୍କୁ ନେଇ ସରକାର ଗଠନ କରିବା ପରେ ଏନସିପି ଠାରୁ ଯେଉଁ ବିଧାୟକଙ୍କ ସଂଖ୍ୟା ସମର୍ଥନ ଆଶା ଥିଲା ତାହା ଏବେ ଧୀରେ ଧୀରେ ମଉଳିବାରେ ଲାଗିଛି । ସେପଟେ ଶରଦ ପାୱାରଙ୍କ ଘରେ ନେତାଙ୍କ ଭିଡ ଲାଗିଲାଣି । କିଛି ବିଜେପି ନେତା ଶରଦ ପାୱାରଙ୍କ ଘରକୁ ସକାଳେ ଆସି ଭେଟିଥିବା କୁହାଯାଉଛି । ସେପଟେ ଏନସିପିରୁ ଅଲଗା ହୋଇ ବିଜେପିକୁ ସମର୍ଥନ ଦେଇଥିବା ଅଜିତ୍ ପାୱାରଙ୍କୁ କିପରି ଦଳକୁ ଫେରାଇ ଅଣାଯାଇ ପାରିବ , ସେ ନେଇ ରଣନୀତି ତିଆରି କରୁଛି ଏନସିପି । ଏହା ମଧ୍ୟରେ ଅଜିତ୍ ପାୱାରଙ୍କୁ ଭେଟିବାକୁ ନିଜେ ଜୟନ୍ତ ପାଟିଲ ଯିବେ ବୋଲି ସୂଚନା ମିଳିଛି । ସେପଟେ ଏନସିପି ନେତା ନବାବ ମଲ୍ଲିକ କହିଛନ୍ତି ଅଜିତ୍ ପାୱାର ଏକ ବଡ ଭୁଲ୍ କରିଛନ୍ତି । ତାଙ୍କ ତ୍ରୁଟିକୁ ଛାଡି କିପରି ଅଜିତ୍ ପାୱାରଙ୍କ ସହ ସାଥୀରେ ଥିବା ବିଧାୟକଙ୍କ ୁଫେରାଇ ଅଣାଯିବ ସେ ନେଇ ଯୋଜନା ଚଳାଇଛି ଏନସିପି ।