ମହାରାଷ୍ଟ୍ର ଭିୱଣ୍ଡିରେ ଭୁଶୁଡ଼ିଲା ୪ ମହଲା କୋଠା : ଦୁଇ ମୃତ, ଅନେକ ଗୁରୁତର
କନକ ବ୍ୟୁରୋ : ମହାରାଷ୍ଟ୍ର ଭିୱଣ୍ଡିରେ ଭୁଶୁଡ଼ିଲା ୪ ମହଲା କୋଠା । ମହାରାଷ୍ଟ୍ରର ଭିୱଣ୍ଡିର ଶାନ୍ତିନଗରରେ ଗତକାଲି ବିଳମ୍ବିତ ରାତି ଏକ ୪ ମହଲା ବିଶିଷ୍ଟ କୋଠା ଭୁଶୁଡ଼ି ପଡ଼ିବାରୁ ୨ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି । ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନେକ ଲୋକ କୋଠା ତଳେ ଚାପିହୋଇଥିବାର ସୂଚନା ମିଳିଛି । ପୋଲିସ ଓ ଏନଡିଆରଏଫ ଟିମ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
।
#UPDATE: 2 dead and 5 injured in the Bhiwandi building collapse. Rescue operations underway. https://t.co/Q3CmwdM95K
— ANI (@ANI) August 24, 2019
ସୂଚନା ଅନୁସାରେ ବିଳମ୍ବିତ ରାତ୍ରିରେ ଭିୱଣ୍ଡିରେ କୋଠାର କଲମ ହଲିବାରେ ଲାଗିଥିଲା । ଏକଥା ଜଣାପଡ଼ିବା ପରେ ତୁରନ୍ତ ବିଲ୍ଡିଂକୁ ଖାଲି କରିଦିଆଯାଇଥିଲା । ହେଲେ ବିଲ୍ଡିଂ ଖାଲି କରିବା ପୂର୍ବରୁ ଦୁର୍ଘଟଣା ଘଟିଲା । ଅନ୍ୟପଟେ ପ୍ରଶାସନ ପକ୍ଷରୁ ଦାବି ହୋଇଛି, ବିଲ୍ଡିଂ ହଲିବା ଖବର ଜଣାପଡ଼ିବା ପରେ ବିଲ୍ଡିଂକୁ ଖାଲି କରାଯାଇଥିଲା । ହେଲେ ବିନା ଅନୁମତିରେ କିଛି ଲୋକ ଭିତରକୁ ଯାଇଥିଲେ । ଆଉ ଏହାରି ଭିତରେ ଭୁଶୁଡ଼ିଗଲା ଚାରି ମହଲା କୋଠା । ପାଖାପାଖି ୧୫ ଜଣ ବିଲ୍ଡିଂ ତଳେ ଫସିଥିବାର ସୂଚନା ମିଳିଛି । ପ୍ରଶାସନ ପକ୍ଷରୁ କିଛି ଜରୁରୀକାଳୀନ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।
ଭିଓ୍ଵଣ୍ଡି-ନିଜାମପୁର ମୁନିସିପାଲ୍ କର୍ପୋରେସନ୍ କମିସନର୍ ସୂଚନା ଅନୁସାରେ ଆଠବର୍ଷ ତଳର କୋଠାଘରଟି ବେଆଇନ୍ ଭାବେ ନିର୍ମାଣ କରାଯାଇଥିଲା । ଘଟଣାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି ।