ପୁରୀ : ଶ୍ରୀନଅରରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଭିଷେକ ଉତ୍ସବ

63

କନକ ବ୍ୟୁରୋ : ପୋ÷ଷ ପୂର୍ଣ୍ଣମୀ ତିଥିରେ ଗଜପତି ମହାରାଜା ଦିବ୍ୟସିଂହଦେବ ଏବଂ ମହାରାଣୀ ଲୀଳାବତୀ ଦେବୀଙ୍କ ପୁଷ୍ୟାଭିଷେକ ଶ୍ରୀନଅରରେ ସମ୍ପନ୍ନ ହୋଇଛି । ଅଭିଷେକରେ ବରୁଣ ପୂଜା, ବର୍ଦ୍ଧନ ପୂଜା ଏବଂ ରାମାଭିଷେକ ପୂଜା ଅନୁଷ୍ଠିତ ହୋଇଥିଲା । ଏହାପରେ ଅଭିମନ୍ତ୍ରିତ ଜଳରେ ମହାରାଜାଙ୍କର ଅଭିଷେକ କରାଯାଇଥିଲା । ପରେ ମଙ୍ଗଳାର୍ପଣ ସମ୍ପନ୍ନ ହୋଇଥିଲା ଏବଂ ଗଜପତି ମହାରାଜ ଗାଦିକୁ ବିଜେ କରିଥିଲେ ।

ଷୋଳ ଶାସନ ବ୍ରାହ୍ମଣ ଓ ପଣ୍ଡିତମାନେ ଗଜପତିଙ୍କୁ ଶ୍ରୀଫଳ ଏବଂ ପଇତା ପ୍ରଦାନ ପୂର୍ବକ ଆର୍ଶୀବାଦ ଦେଇଥିଲେ । ବିଜେ କାହାଳୀ, ତେଲିଙ୍ଗି ବାଜା ଝାଞ୍ଜ ଆଦି ପାରମ୍ପରିକ ବାଦ୍ୟରେ ଶ୍ରୀନଅର ପ୍ରକମ୍ପିତ ହୋଇଥିଲା । ରାଜଗୁରୁ ଦେବୀ ପ୍ରସାଦ ରାଜଗୁରୁ ଓ ସୁଧାଂଶୁ ରାଜଗୁରୁ ଅଭିଷେକ କାର୍ଯ୍ୟ କରିଥିଲେ । ପ୍ରତିଭା ରାଜଗୁରୁ ଓ ସୂର୍ଣ୍ଣମୟୀ ରାଜଗୁରୁ ମଙ୍ଗଳାର୍ପଣ କରିଥିଲେ ।

ପୂରାଣ ଅନୁଯାୟୀ ପୋ÷ଷ ପୂର୍ଣ୍ଣମୀ ତିଥିରେ ମର୍ଯ୍ୟାଦା ପୁରୁଷୋତମ ଶ୍ରୀରାମଚନ୍ଦ୍ର ଅଯୋଧ୍ୟା ରାଜ ସିଂହାସନରେ ଅଭିଷିକ୍ତ ହୋଇଥିଲେ । ସେହି ସ୍ମୃତିିରେ ଦେବତା ଏବଂ ରାଜାଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇ ଆସୁଛି ।ନ୍ୟୁଜ୍ ସହିତ ଦେଖନ୍ତୁ ଏହି ଭିଡିଓ :