ଧର୍ମଶାଳାରେ ଅଭିନୟ କରି ଫସିଲେ ମହାରାଜ କଂସ : ବରଗଡ ଧନୁଯାତ୍ରା ସମିତି ପଠାଇଲା କାରଣ ଦର୍ଶାଅ ନୋଟିସ

77

ଯାଜପୁର : ଯାଜପୁର ଜିଲ୍ଳା ଧର୍ମଶାଳା ମହୋତ୍ସବରେ ବରଗଡ଼ର କଂସ ମହାରାଜ । ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରୁଥିବା ହୃଷିକେଶ ଭୋଇଙ୍କୁ ଅନ୍ୟ ସ୍ଥାନରେ କଂସ ଅଭିନୟ କରିବା ବାରଣ ରହିଛି । ଧର୍ମଶାଳାରେ ସେ କଂସ ଭୂମିକାରେ ଅଭିନୟ କରିବାରୁ ବରଗଡ଼ ଧନୁଯାତ୍ରା ସମିତି କାରଣ ଦର୍ଶାଅ ନୋଟିସ ଜାରି କରିଛି । ଏହାକୁ ନେଇ ବିବାଦ ଉପୁଜିଛି ।

ମଙ୍ଗଳବାର ସଂଧ୍ୟାରେ ବରଗଡର ବିଶ୍ୱପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଂଚ ଧନୁଯାତ୍ରାର କଂସ ମହାରାଜ ନିଜର ପାତ୍ର ମନ୍ତ୍ରୀଙ୍କ ସହ ପହଂଚିଥିଲେ ଧର୍ମଶାଳା ମହୋତ୍ସବରେ । ମହାରାଜ କଂସଙ୍କପାଇଁ ଗତକାଲି ରାତିରେ ଜାରକା ବଜାରର ସବୁ ରାସ୍ତା ଏକ ପ୍ରକାର ଜାମ୍ ହୋଇଯାଇଥିଲା ।

କଂସ ମହାରାଜ ଏକ ସୁସଜ୍ଜିତ ରଥରେ ବସି ଜାରକା ବଜାର ପରିଭ୍ରମଣ କରିବା ସହ ଲକ୍ଷ୍ମୀନାରାୟଣଙ୍କ ଦର୍ଶନ ପରେ ନିଜର ଅଭିନୟରେ ଦର୍ଶକମାନଙ୍କୁ ଚମକାଇବା ସହ ମଂଚରେ କଂସବଧ ମଂଚସ୍ଥ ହୋଇଥିଲା । ଉପସ୍ଥିତ ଦର୍ଶକ ସମ୍ବଲପୁରର ଡାଲଖାଇ ଓ ରସରକେଲି ନୃତ୍ୟକୁ ମନଭରି ଉପଭୋଗ କରିଥିଲେ ।

ତେବେ ବରଗଡ଼ ଧନୁଯାତ୍ରାରେ ବରଣ ହୋଇଥିବା କଂସ ମହାରାଜଙ୍କ ଅନ୍ୟ ଏକ ଉତ୍ସବରେ ଯୋଗଦେବାନେଇ କଟକଣା ରହିଥିବା ବେଳେ କଂସ ଏଠାକୁ କିପରି ଆସିଲେ ତାହା ଏବେ କଂସଙ୍କୁ ବିବାଦ ଘେରକୁ ଟାଣିନେଇଛି ।ନ୍ୟୁଜ୍ ସହିତ ଦେଖନ୍ତୁ ଏହି ଭିଡିଓ :