ଅଳିଆ କରୁଛି ଯିଏ ଯାଂଚ୍ କରିବ ସିଏ ! ଜଗନ୍ନାଥଙ୍କ ରୋଷେଇଘର ଯାଂଚ୍ କମିଟିକୁ ନେଇ ଉଠିଲା ପ୍ରଶ୍ନ

28

କନକ ବ୍ୟୁରୋ : ଜଗନ୍ନାଥଙ୍କ ରୋଷେଇଘର ଯାଂଚ୍ କମିଟିକୁ ନେଇ ଉଠିଲା ପ୍ରଶ୍ନ । ମହାପ୍ରସାଦର ମାନ ନେଇ ଯେଉଁ ସେବାୟତଙ୍କ କାମକୁ ନେଇ ପ୍ରଶ୍ନ ଉଠୁଥିଲା ସେମାନଙ୍କୁ ଯାଂଚ୍ କମିଟିରେ ସ୍ଥାନ ଦେଇଛନ୍ତି କମିଶନ । କମିଟିରେ ରହିଛନ୍ତି ସୁଆର ସେବକ ଓ ଦେଉଳି କରଣ ସେବାୟତ । ଯେଉଁମାନେ ଠାକୁରଙ୍କ ରୋଷଘର ଓ ଭୋଗ ସହ ସଂପୃକ୍ତ । ତେବେ ଏହି କମିଟିକୁ ନେଇ ଉଠିଛି ପ୍ର୍ରଶ୍ନ । ମହାପ୍ରସାଦ ସହ ସଂପୃକ୍ତ ସମସ୍ତ ନିଯୋଗର ପ୍ରତିନିଧିଙ୍କୁ ଏଥିରେ ସାମିଲ କରିବାକୁ ଦାବି ହୋଇଛି ।

ପ୍ରଶ୍ନ ଉଠୁଛି କମିଶନଙ୍କ ଏଭଳି ନିଷ୍ପତିରେ ଶ୍ରୀମନ୍ଦିରରେ ସଂସ୍କାର ହେବ କେମିତି? ତେବେ କମିଶନ କିନ୍ତୁ କହୁଛନ୍ତି, ରୋଷଘରକୁ ପ୍ରବେଶ କରିବା ନିଷେଧ । ଯାହାର ଅଧିକାର ଅଛି ସେମାନଙ୍କୁ ନେଇ କମିଟି କରାଯାଇଛି ।