ରତ୍ନସିଂହାସନକୁ ବାହୁଡିବେ ମହାପ୍ରଭୁ! ସନ୍ଧ୍ୟା ୬ଟା ୩୦ରେ କରାଯିବ ପହଣ୍ଡି

45

କନକ ବ୍ୟୁରୋ : ଆଜି ମହାପ୍ରଭୁ ରତ୍ନସିଂହାସନକୁ ବାହୁଡିବେ । ରଥ ଉପରେ ଗୋଟିଏ ପରେ ଗୋଟିଏ ନୀତିକାନ୍ତି ଚାଲିଥିବା ବେଳେ ଆଜି ନୀଳାଦ୍ରୀ ବିଜେ ପାଇଁ ନୀତିକାନ୍ତି କରାଯିବ । ଗୋଟି ପହଣ୍ଡିରେ ଶ୍ରୀ ବିଗ୍ରହ ମାନଙ୍କୁ ରତ୍ନ ସିଂହାସନ ଉପରକୁ ନିଆଯିବ । ରଥ ଉପରେ ସଂଧ୍ୟା ଧୂପ ସରିବା ପରେ ଅପରାହ୍ନ ୩ଟାରୁ ଚାରବନ୍ଧା ପାଇଁ ନୀତି ନିର୍ଘଂଟ ହୋଇଛି ।

୫ଟା ୩୦ରେ ମାଜଣା କରାଯିବା ପରେ ୬ଟାରେ ପୁଷ୍ପାଂଜଳି ଓ ୬ଟା ୩୦ରେ ପହଣ୍ଡି ହେବାକୁ ସ୍ଥିର କରାଯାଇଛି । ପହଣ୍ଡି ସାଢେ ୬ଟାରୁ ୧୧ଟା ପର୍ଯ୍ୟନ୍ତ ରହିଛି । ସାଧାରଣତଃ ଏହି ନୀତି ବିଳମ୍ବ ହେଉଥିବାରୁ ପହଡ ହୋଇପାରେ ନାହାିଁ । କିନ୍ତୁ ସଅଳ ନୀତି କରି ଉଚିତ ସମୟରେ ପହଡ କରିବା ପାଇଁଯୋଜନା ହୋଇଛି ।