ରାମ ମନ୍ଦିର ନିର୍ମାଣ ପୂର୍ବରୁ ମହନ୍ତ ଗୋପାଳ ଦାସଙ୍କ ସୁରକ୍ଷା ବଢ଼ାଇଲେ ମୋଦି ସରକାର : ଏବେ ମିଳିବ Z+ ସୁରକ୍ଷା

99

କନକ ବ୍ୟୁରୋ : ରାମ ଜନ୍ମଭୂମି ନ୍ୟାସର ମୁଖ୍ୟ ମହନ୍ତ ଗୋପାଳ ଦାସଙ୍କ ସୁରକ୍ଷା ବଢ଼ାଇଲେ ମୋଦି ସରକାର । ଏବେ ମହନ୍ତଙ୍କୁ ଜେଡ଼୍ ପ୍ଲସ୍ ସୂୁରକ୍ଷା ପ୍ରଦାନ କରିବେ କେନ୍ଦ୍ର ସରକାର । ମହନ୍ତ ନୃତ୍ୟଗୋପାଳ ଦାସଙ୍କ ସୁରକ୍ଷା ବୃଦ୍ଧି ହେବା ପରେ ନିର୍ମାଣ ହେବାକୁ ଥିବା ରାମ ମନ୍ଦିର ପାଇଁ ରାମ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ଭାବେ ତାଙ୍କୁ ଚୟନ କରାଯାଇପାରେ ବୋଲି ସମ୍ଭାବନା ବୃଦ୍ଧି ପାଇଛି ।

ବିଶ୍ୱ ହିନ୍ଦୁ ପରିଷଦର ସଦସ୍ୟ ମାନେ ୧୯୮୫ରେ ରାଜ ଜନ୍ମଭୂମି ନ୍ୟାସ ପ୍ରତିଷ୍ଠା କରିଥିଲେ । ଆଉ ଏହାର ମୁଖ୍ୟ ଲକ୍ଷ୍ୟ ଥିଲା ରାମ ମନ୍ଦିର ନର୍ମାଣ । ଅଯୋଧ୍ୟାରେ ରାମ ମନ୍ଦିର ତିଆରି କରିବାର ରାସ୍ତା ପରିସ୍ମାର ହେବାପରେ ଏଥିପାଇଁ ତିଆରି ହେବାକୁ ଥିବା ଟ୍ରଷ୍ଟ ପାଇଁ ମନୋମାଳିନ୍ୟା ଜାରି ରହିଛି । ଟ୍ରଷ୍ଟ ନିର୍ମାଣ ପାଇଁ ଆପୋଷ ବିବାଦ ମଧ୍ୟ ଦେଖିବାକୁ ମିଳୁଛି । ଗୋଟିଏ ପଟେ ରାମ ଜନ୍ମଭୂମି ନ୍ୟାସର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପଳା ଦାସ ନ୍ୟାସକୁ ହି ଟ୍ରଷ୍ଟ ବନାଇବା ନିଷ୍ପତ୍ତି ନେଇସାରିଛି । ଅନ୍ୟପଟେ ଅଯୋଧ୍ୟାର ଅନ୍ୟ ସାଧୁ ସନ୍ଥମାନେ ନୂଆ ଟ୍ରଷ୍ଟ ନିର୍ମାଣ ପାଇଁ ଦାବି କରୁଛନ୍ତି । ଏହି ମୁଦ୍ଦା ନେଇ ଏବେ ପର୍ଯ୍ୟନ୍ତ କୌଣସି ନିସ୍କର୍ଷ ବାହରି ପାରିନାହିଁ ।

କହିବାକୁ ଗଲେ ରାମ ମନ୍ଦିରର ନିର୍ମାଣ ଦାୟିତ୍ଵ ସମ୍ପୂର୍ଣ୍ଣ ଭାବରେ ମହନ୍ତ ନୃତ୍ୟ ଗୋପାଳ ଦାସ ଏବଂ ରାମ ଜନ୍ମଭୂମି ନ୍ୟାସଙ୍କୁ ଦିଆଯିବ। ନିର୍ମାଣ ଟ୍ରଷ୍ଟରେ ଆହୁରି କିଛି ନେତୃବୃନ୍ଦଙ୍କୁ ଦାୟିତ୍ଵ ଦିଆଯିବ ବୋଲି ଆଲୋଚନା ଚାଲିଛି । କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ କିଛି ପ୍ରତିନିଧି ମଧ୍ୟ ମନ୍ଦିର ନିର୍ମାଣ ଦାୟିତ୍ଵରେ ସାମିଲ ହେବେ।  ଟ୍ରଷ୍ଟରେ ବିଜେପିର କୌଣସି ନେତାଙ୍କୁ ସାମିଲ କରାଯିବ ନାହିଁ ବୋଲି ଗୃହମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆଗାମୀ ସମୟରେ ଯେପରି କୌଣସି ଅସୁବିଧା ନୁହୁଏ, ସେଥିପାଇଁ ରାମ ଜନ୍ମଭୂମି ନ୍ୟାସର ମୁଖ୍ୟ ମହନ୍ତ ଗୋପାଳ ଦାସଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି ।