ଓଡିଶା- ଛତିଶଗଡ ମହାନଦୀ ଜଳବିବାଦ ପ୍ରସଙ୍ଗ : ଦିଲ୍ଲୀ ଶ୍ରମଶକ୍ତି ଭବନରେ ତ୍ରିପାକ୍ଷିକ ବୈଠକ ଆରମ୍ଭ

49

କନକ ବ୍ୟୁରୋ : ଓଡିଶା- ଛତିଶଗଡ ମହାନଦୀ ଜଳବିବାଦ ପ୍ରସଙ୍ଗରେ ଦିଲ୍ଲୀ ଶ୍ରମଶକ୍ତି ଭବନରେ ତ୍ରିପାକ୍ଷିକ ବୈଠକ ଆରମ୍ଭ । ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ । କେନ୍ଦ୍ର ଜଳ ସଂପଦ ମନ୍ତ୍ରୀ ଉମା ଭାରତୀ ଏବଂ ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂହ ମଧ୍ୟ ଉପସ୍ଥିତ ଅଛନ୍ତି । ଏହା ବ୍ୟତିତ ଛତିଶଗଡ ଜଳ ସଂପଦ ମନ୍ତ୍ରୀ ବ୍ରିଜମୋହନ ଅଗ୍ରୱାଲ ମଧ୍ୟ ଉପସ୍ଥିତ ଅଛନ୍ତି । ମହାନଦୀ ଉପର ମୁଣ୍ଡରେ ଛତିଶଗଡର ନିର୍ମାଣ ବିରୋଧରେ ତଥ୍ୟ ରଖିବେ ମୁଖ୍ୟମନ୍ତ୍ରୀ ।