ମହାନଦୀ ପାଇଁ ଲୋକସଭାରେ ମହାବିତର୍କ

42

କନକ ବ୍ୟୁରୋ : ମହାନଦୀ ବିବାଦ ଦୂର କରିବାକୁ କୁଲାଇ ୨୯ରେ ଛତିଶଗଡ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ହେବ ଆଲୋଚନା । କେନ୍ଦ୍ର ଜଳସଂପଦ ରାଷ୍ଟ୍ରମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । କେନ୍ଦ୍ର ସରକାର ଓ ଦୁଇ ରାଜ୍ୟ ସରକାର ବସି ଗୋଟିଏ ଟେବୁଲରେ ଆଲୋଚନା କରିବେ । ଲୋକସଭାରେ ମହାନଦୀକୁ ନେଇ ମହାବିତର୍କ ବେଳେ ଏହି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଉପରମୁଣ୍ଡରେ ଛତିଶଗଡ ନିର୍ମାଣ କରୁଥିବା ବ୍ୟାରେଜକୁ ବିରୋଧ କରିଛି ବିଜେଡି । ଧ୍ୟାନ ଆକର୍ଷଣ ପ୍ରସ୍ତାବ ଆଗତ କରିଥିଲେ ବିଜେଡି ସାଂସଦ ଭର୍ତୃହରି ମହତାବ । ବିନା ରାଜ୍ୟ ସରକାରଙ୍କ ପରାମର୍ଶରେ ଛତିଶଗଡ କରୁଥିବା ନିର୍ମାଣକୁ ବିରୋଧ କରାଯାଇଥିଲା ।

ତେବେ ବିଜେଡି ପକ୍ଷରୁ ରଖାଯାଇଥିବା ପ୍ରତିଟି ଯୁକ୍ତିକୁ ବିରୋଧ କରିଥିଲେ ବିଜେପି ସାଂସଦ ଆଉ ଜଳସଂପଦ ବିଭାଗର ମନ୍ତ୍ରୀ । ଭର୍ତୃହରି କହିଛନ୍ତି, ଏହି ପ୍ରକଳ୍ପ ବାବଦରେ ଓଡ଼ିଶା ସରକାରଙ୍କୁ ପୂରା ଅନ୍ଧାରରେ ରଖାଯାଇଥିଲା । ସିଡବ୍ଲୁସିକୁ କଡ଼ା ସମାଲୋଚନା କରି ଭର୍ତୃହରି କହିଛନ୍ତି, ଓଡ଼ିଶାର ମତ ନନେଇ ଛତିଶଗଡ଼କୁ ଏହି ବ୍ୟାରେଜ୍ ନିର୍ମାଣ ପାଇଁ ଅନୁମତି ଦିଆଯାଇଛି । ତେବେ ଓଡିଶା ପକ୍ଷରୁ ସଠିକ ସମୟରେ ବିରୋଧ କରାଯାଇ ନଥିବାରୁ କେନ୍ଦ୍ରର କିଛି ଭୂମିକ ନଥିବା ଗୃହରେ କହିଛନ୍ତି ଜଳସଂପଦ ମନ୍ତ୍ରୀ । ତେବେ ଜଗନ୍ନାଥ ଧାମକୁ ବିପଦରେ ପକାଇବାକୁ ଦିଆଯିବନି ବୋଲି ଉମା ଭାରତୀ ସୂଚନା ଦେଇଛନ୍ତି।