ମାଲିକ ସାଜିଛି ଛତିଶଗଡ : ପ୍ରଥମ ଥର ପାଇଁ କନକ ନ୍ୟୁଜରେ ନଦୀବନ୍ଧର ଆସିଲା ହିସାବ

26

କନକ ବ୍ୟୁରୋ : ଓଡ଼ିଶା- ଛତିଶଗଡ଼ ମଧ୍ୟରେ ବିବାଦ ଘନିଭୂତ ହେବାରେ ଲାଗିଛି । ତାର ହିସାବ ଲାଗିଛି କନକ ନ୍ୟୁଜ୍ ହାତରେ । ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ସରକାର କେତେ ବ୍ୟାରେଜ୍ ଓ ଆନିକଟ୍ ନିର୍ମାଣ କରିଛନ୍ତି, ପ୍ରଥମ ଥର ପାଇଁ ତାର ଖୁଲାସା ହୋଇଛି । କନକ ନ୍ୟୁଜ୍ ହାତରେ ଲାଗିଛି ଏହି ଏକ୍ସକ୍ଲୁସିଭ୍ ତଥ୍ୟ । ଛତିଶଗଡ଼ ଯାଇ ଏହି ଅନୁସନ୍ଧାନ କରି ତଥ୍ୟ ହାସଲ କରିଛନ୍ତି କନକ ନ୍ୟୁଜ୍ ପ୍ରତିନିଧି । ଓଡ଼ିଶାର ଲାଇଫ୍ ଲାଇନ୍ ମହାନଦୀ ଉପରେ ଛତିଶଗଡ଼ରେ କେତେ ବନ୍ଧ, କେତେ ଆନିକଟ ଓ କେତେ ବ୍ୟାରେଜ୍ ନିର୍ମାଣ ହେଉଛି, ତାର ହିସାବ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ହଜାର ହଜାର ବଡ଼ ଓ ଛୋଟ ପ୍ରକଳ୍ପ ନିର୍ମାଣ କରି ମହାନଦୀ ଉପରେ ମାଡ଼ି ବସିଛନ୍ତି ଛତିଶଗଡ଼ ସରକାର । ଦେଖନ୍ତୁ ଏହି ରିପୋର୍ଟ ।