ମହାମାୟଙ୍କ ମହାନବମୀ! ଦେବୀପୀଠରେ ଆଜି ବିଜୟୀ ଦଶମୀ, ମା’ଙ୍କ ଦର୍ଶନ ପାଇଁ ସବୁଠି ଭକ୍ତଙ୍କ ପ୍ରବଳ ସମାଗମ

2

କନକ ବ୍ୟୁରୋ : ଆଜି ମହାଶକ୍ତିମୟୀ ମା ଦୁର୍ଗାଙ୍କ ମହାନବମୀ ପୂଜା । ଉତ୍ସବ ଓ ଉତ୍ସାହର ପରସ ନେଇ ଧରାପୃଷ୍ଠକୁ ଓହ୍ଲାଇଛନ୍ତି ମା । ପାରମ୍ପରିକ ରୀତିନୀତି ଅନୁସାରେ ପୂଜାମଣ୍ଡପ ଗୁଡିକରେ ଚାଲିଛି ପୂଜାର୍ଚ୍ଚନା । ବିଭିନ୍ନ ପୂଜାମଣ୍ଡପରେ ମା ଜଗତଜନନୀ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି । ଆଖି ଝଲସା ତୋରଣ ସାଙ୍ଗକୁ ରଙ୍ଗବେରଙ୍ଗର ଆଲୋକମାଳାରେ ସଜେଇ ହୋଇଛି ବିଭିନ୍ନ ପୂଜାମଣ୍ଡପ ।

ପୂଜା ମଣ୍ଡପ ଗୁଡିକ ତରଫରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ଦୋକାନ ବଜାର ପୂଜା ମାହୋଲକୁ ସରଗରମ କରିଛି । ସେହିପରି କେତେକ ସ୍ଥାନରେ ଚାନ୍ଦି ଓ ସୁନାରେ ସଜେଇ ହୋଇଛି ମା ଦୁର୍ଗାଙ୍କ ମେଢ଼ । ଏହାକୁ ଦେଖିବାକୁ ସବୁଠି ଲାଗି ରହିଛି ଉତ୍ସାହ । ଅନ୍ୟପଟେ ଦଶହରାରେ ଟ୍ୱିନସିଟିରେ ଜମୁଛି ଦାଣ୍ଡିଆ ନୃତ୍ୟ । ଭିଡ ଜମିବା ସହ ବିଭିନ୍ନ ସ୍ଥାନରେ ଲୋକେ ଦାଣ୍ଡିଆରେ ମସଗୁଲ ହେଉଛନ୍ତି । ଦାଣ୍ଡିଆ ମାହୋଲରେ ଲୋକେ ଭରପୁର ନାଚି ଦଶହରାର ମଜା ଉଠାଉଛନ୍ତି ।

Comments are closed.