ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ଆଜି ତୃତୀୟ ଶୁଣାଣି । ଛତିଶଗଡର ବ୍ୟାରେଜ ନିର୍ମାଣ ପରେ ହୀରାକୁଦ ଓ ମହାନଦୀ କେତେ ପ୍ରଭାବିତ, କରାଯିବ ତର୍ଜମା

86

କନକ ବ୍ୟୁରୋ: ଆଜି ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ତୃତୀୟ ଶୁଣାଣି । ଜଷ୍ଟିସ ଏମଏ ଖାନବିଲକରଙ୍କ ଅଧ୍ୟ କ୍ଷତାରେ ଗଠିତ ମହାନଦୀ ଜଳ ବିଦା ଟ୍ରିବ୍ୟୁନାଲର ତୃତୀୟ ଶୁଣାଣି ହେବ । ଓଡିଶା ସରକାରଙ୍କ ଦ୍ୱାରା ଦାଖଲ କରାଯାଇଥିବା ମୂଳ ମାମଲା ତଥା ମଧ୍ୟବର୍ତିକାଳୀନ ଆବେଦନ ଉପରେ ଏହି ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହେବ । ଟ୍ରିବ୍ୟୁନାଲ ଗତ ଶୁଣାଣିରେ ଓଡିଶାକୁ ସତ୍ୟାପାଠ ଦାଖଲ କରିବାକୁ କହିଥିଲେ ।

 

ଛତିଶଗଡ ବ୍ୟାରେଜ ନିର୍ମାଣ ପୂର୍ବରୁ ମହାନଦୀରେ ପ୍ରବାହିତ ଜଳ ଓ ପରବର୍ତି ଜଳ ପ୍ରବାହ ସଂପର୍କରେ ସତ୍ୟାପାଠ ଦାଖଲ କରିଥିଲେ ଓଡିଶା ସରକାର । ସେହିପରି ଛତିଶଗଡ ମଧ୍ୟ ପ୍ରତିଜବାବ ଦାଖଲ କରିଥିଲା । ସୂଚନା ଅନୁସାରେ ଗତ ୨୦ ବର୍ଷ ଧରି ମହାନଦୀରେ କେତେ ପରିମାଣରେ ବର୍ଷା ଜଳ ପ୍ରବାହିତ ହେଉଥିଲା, ବ୍ୟାରେଜ ନିର୍ମାଣ ପରେ ହୀରାକୁଦ ଓ ମହାନଦୀ ଉପରେ କି ପ୍ରଭାବ ପଡିଛି । ଆଜି ଏସବୁ ପ୍ରସଙ୍ଗ ଗୁଡିକର ତର୍ଜମା କରିବେ ଟ୍ରିବ୍ୟୁନାଲ ।