କନକ ବ୍ୟୁରୋ: ସୁପ୍ରିମକୋର୍ଟରେ ମହାନଦୀ ଜଳ ବିବାଦ ମାମଲାର ଶୁଣାଣି ହୋଇଛି । ପକ୍ଷ ରଖିବାକୁ ପୁଣି ୪ ସପ୍ତାହ ସମୟ ମାଗିଛନ୍ତି କେନ୍ଦ୍ର ସରକାର । ଟ୍ରିବ୍ୟୁନାଲ ଗଠନ ନେଇ କେନ୍ଦ୍ର ସରକାର ତଥ୍ୟ ରଖିପାରିନାହାନ୍ତି ।

ଅକ୍ଟୋବର ୯ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଦୀର୍ଘଦିନ ଧରି ମହାନଦୀ ଜଳବିବାଦ ନେଇ ଓଡିଶା-ଛତିଶଗଡ଼ ମଧ୍ୟରେ ବିବାଦ ଦେଖାଦେଇଛି । ଏହା ବିରୋଧରେ ଓଡ଼ିଶା ସୁପ୍ରିମକୋର୍ଟ ଯାଇଛି । ମହାନଦୀରେ ଉପର ମୁଣ୍ଡରେ ବ୍ୟାରେଜ ନିର୍ମାଣ ଯୋଗୁଁ ଓଡ଼ିଶା ପ୍ରଭାବିତ ହେବ ବୋଲି ରାଜ୍ୟ ସରକାର ବାରମ୍ବାର କହିଆସୁଛନ୍ତି ।

Comments

comments