ବିପଦ ବଢ଼ାଇଲାଣି ଛତିଶଗଡ଼ । ମହାନଦୀରେ କମିଛି ଜଳ ପ୍ରବାହ

29

କନକ ବ୍ରୁରୋ: ମହାନଦୀ ପାଇଁ ବଢୁଛି ବିପଦ ! ମହାନଦୀ ଉପର ମୁଣ୍ଡରେ ଛତିଶଗଡ ସରକାରଙ୍କ ବେଆଇନ ପ୍ରକଳ୍ପ ଯୋଗୁଁ ମହାନଦୀର ଜଳ ପ୍ରବାହ ଗଭୀରଭାବେ ପ୍ରଭାବିତ ହୋଇଛି । ଏନେଇ ଲିଖିତ ଉତ୍ତର ରଖିଛନ୍ତି ଜଳ ସମ୍ପଦ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ମନ୍ତ୍ରୀଙ୍କ ସୂଚନା ମୁତାବକ ମହାନଦୀ ଉପରେ ଥିବା ହୀରାକୁଦ ଜଳ ଭଣ୍ଡାରକୁ ବିଗତ ୨୦୦୫-୬ ରୁ ୨୦୧୫-୧୬ ମଧ୍ୟରେ ଅଣମୌସୁମୀ ସମୟରେ ଉପଲବ୍ଧ ହୋଇଥିବା ଜଳ ପ୍ରବାହର ମାତ୍ରା ବେଶ୍ ପ୍ରଭାବିତ ହୋଇଛି ।

ସେହିଭଳି ୨୦୧୬-୧୭ ଅଣମୌସୁମୀ ସମୟରେ ହୀରାକୁଦକୁ ପାଖାପାଖି ୪୫ ପ୍ରତିଶତ କମ ଜଳ ପ୍ରବାହ ହୋଇଥିଲା ବୋଲି ଜଳ ସମ୍ପଦ ମନ୍ତ୍ରୀ ତଥ୍ୟ ଉପସ୍ଥାପନ କରିଛନ୍ତି । ଯାହାକି ୨୦୧୭-୧୮ ବର୍ଷ ଅଣମୌସୁମୀ ସମୟରେ ବିଗତ ୧୦ ବର୍ଷ ତୁଳନାରେ ହୀରାକୁଦକୁ ପାଖାପାଖି ୩୪ ପ୍ରତିଶତ କମ ଜଳ ପ୍ରବାହ ହୋଇଥିଲା । ଯାହାର ପ୍ରଭାବ ସମ୍ପୂର୍ଣ୍ଣ ଭାବେ ବିଦ୍ୟୁତ୍ ଉତ୍ପାଦନ ଉପରେ ହିଁ ପଡିଛି ବୋଲି ଜଳ ସମ୍ପଦ ମନ୍ତ୍ରୀ କହିଛନ୍ତି ।

mahanadiକାରଣ ବିଗତ ଦୁଇ ବର୍ଷରେ ମହାନଦୀ ଉପରେ ଥିବା ହୀରାକୁଦ ବିଦ୍ୟୁତ୍ ପ୍ରକଳ୍ପରୁ ୧୯୯୦-୯୧ ରୁ ୨୦୧୫-୧୬ ମଧ୍ୟରେ ହାରାହାରି ୨୦ ଏବଂ ୧୩ ପ୍ରତିଶତ ବିଦ୍ୟୁତ୍ ଉତ୍ପାଦନ ହୋଇଥିଲା । ୧୯୯୦ ସୁଦ୍ଧା ହୀରାକୁଦ ପ୍ରକଳ୍ପରେ ବିଦ୍ୟୁତ୍ ଉତ୍ପାଦନ ପାଇଁ ସମସ୍ତ ୟୁନିଟ୍ କାର୍ଯ୍ୟକ୍ଷମ ହୋଇଥିଲେ ମଧ୍ୟ ଛତିଶଗଡ଼ ସରକାରଙ୍କ ମନମାନି ଯୋଗୁଁ ଏଭଳି ସଂକଟରେ ପଡିଛି ଓଡିଶା । ତେବେ ଜଳସମ୍ପଦ ମନ୍ତ୍ରୀଙ୍କ ଲିଖିତ ଉତ୍ତର ମୁତାବକ ମହାନଦୀ ଅବବାହିକାରେ ଜଳ ପ୍ରବାହ ଗଭୀରଭାବେ ପ୍ରଭାବିତ ହୋଇଛି ।