ପୁଣି ଫେରିଲା ମହାନଦୀ ବିବାଦ ! ନବୀନ କହିଲେ, ଆଦୌ ଠିକ୍ ନୁହେଁ ରମଣଙ୍କ ମନ୍ତବ୍ୟ

24

କନକ ବ୍ୟୁରୋ : ପୁଣି ଉଠିଛି ମହାନଦୀ ପ୍ରସଙ୍ଗ । ବିଜେପି ଜାତୀୟ କାର୍ଯ୍ୟକାରିଣୀରେ ଯୋଗଦାନ କରିବାକୁ ଭୁବନେଶ୍ୱରରେ ପହଂଚିଥିଲେ ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂ । ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତର ଦେଇ ରମଣ ସିଂ କହିଥିଲେ, ମହାନଦୀ ଏକ ଅପ୍ରସଙ୍ଗ । ଏହାକୁ ରାଜନୀତି କରିବାକୁ ଉଦ୍ୟମ ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି ।

ଏହା ସହ ମହାନଦୀ ନେଇ ସେ ସବୁ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବା ପାଇଁ ପ୍ରସ୍ତୁତ ବୋଲି ରମଣ ସିଂ କହିଛନ୍ତି । ଜବାବରେ ନବୀନ କହିଛନ୍ତି କେନ୍ଦ୍ର ଜଳ ସଂପଦ ମନ୍ତ୍ରୀ ଉମାଭାରତୀଙ୍କ ଆହୁତ ତ୍ରିପାକ୍ଷିକ ବୈଠକ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ଅସହଯୋଗ ଯୋଗୁଁ ବିଫଳ ହୋଇଥିଲା । ସେପଟେ କେନ୍ଦ୍ର ଜଳସଂପଦ ମନ୍ତ୍ରୀ ଉମା ଭାରତୀ କହିଛନ୍ତି, ମହାନଦୀକୁ ଶୁଖିବାକୁ ଦିଆଯିବ ନାହିଁ ।