ଜୋର ଧରିଲା ମହାନଦୀ ରାଜନୀତି : ଛତିଶଗଡ ଯାଇଥିବା କଂଗ୍ରେସ ବିଧାୟକ ଦଳକୁ ବିରୋଧ

25

କନକ ବ୍ୟୁରୋ : ଜୋର ଧରିଲା ମହାନଦୀ ରାଜନୀତି । ପ୍ରବାସରେ ବିରୋଧର ସମ୍ମୁଖୀନ ହେଲା କଂଗ୍ରେସ ପ୍ରତିନିଧି ଦଳ। ଛତିଶଗଡରେ କଂଗ୍ରେସ ବିଧାୟକ ଦଳକୁ ବିରୋଧ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ସମର୍ଥକ । ରାୟଗଡରେ ବିରୋଧ କରୁଥିବାବେଳେ ୨୦ରୁ ଅଧିକ ସମର୍ଥକଙ୍କୁ ଗିରଫ କରିଛି ପୁଲିସ । କଂଗ୍ରେସ ପ୍ରତିନିଧି ଦଳର ଗସ୍ତକୁ ବିରୋଧ କରାଯିବ ବୋଲି ପୂର୍ବରୁ ପ୍ରେସମିଟ କରି ଘୋଷଣା କରିଥିଲେ ଅଜିତ ଯୋଗୀ । ନିକଟରେ କଂଗ୍ରେସ ଛାଡି ଛତିଶଗଡ ଜନତା କଂଗ୍ରେସ ପାର୍ଟି ଗଢିଛନ୍ତି ଅଜିତ ଯୋଗୀ ।

ସେପଟେ ମହାନଦୀରେ ବ୍ୟାରେଜ ନିର୍ମାଣ ପ୍ରସଙ୍ଗରେ ସର୍ବଦଳୀୟ ବୈଠକକୁ ଅଗ୍ରାହ୍ୟ କଲା ବିଜେଡି। ସର୍ବଦଳୀୟ ବୈଠକରୁ କୌଣସି ନିର୍ଯାସ ବାହାରିବନି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ। ଏହି ପ୍ରସଙ୍ଗରେ ବିରୋଧୀଙ୍କୁ ମଧ୍ୟ ଜବାବ ଦେଇଛନ୍ତି ପତ୍ରାପ ଦେବ । ବିରୋଧୀଙ୍କ ଉପରେ ହାଇକମାଣ୍ଡ ଅଛନ୍ତି। କେନ୍ଦ୍ର ନେତୃତ୍ୱ ଉପରେ ଚାପ ପକାଇବାରେ ବିରୋଧି ବିଫଳ । ବ୍ୟାରେଜ ନିର୍ମାଣକୁ କଂଗ୍ରେସ ମଧ୍ୟ ବିରୋଧ କରୁ । ବିଜେପି ମଧ୍ୟ ବ୍ୟାରେଜ ନିର୍ମାଣ ବନ୍ଦ ନେଇ ପ୍ରସ୍ତାବ ଆଣୁ ବୋଲି କହିଛନ୍ତି ବିଜେଡି ମୁଖ୍ୟପାତ୍ର।