ମହାନଦୀ ପାଇଁ ମୁହାଁମୁହିଁ : ନବୀନଙ୍କ ପ୍ରଶ୍ନ ଧର୍ମେନ୍ଦ୍ରଙ୍କ ଉତ୍ତର

43

କନକ ବ୍ୟୁରୋ : କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାନଦୀ ବିବାଦର ସମାଧାନ ପାଇଁ କେନ୍ଦ୍ରୀୟ ଜଳ ଆୟୋଗର ବୁଝାମଣା କମିିଟିକୁ ରାଜ୍ୟ ସରକାର ପ୍ରତ୍ୟାଖ୍ୟାନ କରିବା ପରେ ଏ ହେଉଛି ବିଜେପିର ଆରୋପ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠିରେ ଲେଖିଥିଲେ- କେନ୍ଦ୍ରୀୟ ଜଳ ଆୟୋଗର କମିଟି ଅସାମ୍ବିଧାନିକ । ସାମ୍ବିଧାନିକ ପଦପଦବିରେ ଥିବା ବ୍ୟକ୍ତି କିମ୍ବା ମୁଖ୍ୟସଚିିବ କିମ୍ବା ଜଳସଂପଦ ସଚିବଙ୍କୁ ନେଇ କମିଟି ଗଠନ ହେବା କଥା । ଏହାର ଜବାବରେ ଧର୍ମେନ୍ଦ୍ର କହିଛନ୍ତି- ପୂର୍ବରୁ ଆନ୍ଧ୍ର-ଓଡ଼ିଶାକୁ ନେଇ ସୃଷ୍ଟି ହୋଇଥିବା ବଂଶଧାରା ନଦୀ ବିବାଦ ହେଉ କିମ୍ବା ଅନ୍ୟାନ୍ୟ ନଦୀ ବିବାଦରେ ଟ୍ରିବୁନାଲ୍ ଗଠନ ପୂର୍ବରୁ ତଳସ୍ତରର ଅଫିସରମାନଙ୍କୁ ନେଇ ବୁଝାମଣା ବୈଠକ ହେବାର ନଜିର ରହିଛି । ନବୀନ ଲେଖିଥିଲେ- ଓଡ଼ିଶା-ଛତିଶଗଡ଼ ନଦୀ ବିବାଦରେ ଖୁବ୍ କମ ସଂପୃକ୍ତ ଥିବା ଝାଡ଼ଖଣ୍ଡ, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶକୁ ସାମିଲ କରିବାର କ’ଣ ଆବଶ୍ୟକତା ରହିଛି? ଏହା ପୁରା ପ୍ରକ୍ରିୟାକୁ ଅଯଥା ବିଳମ୍ବ କରିବ ।

ସେପଟେ ଧର୍ମେନ୍ଦ୍ର କହିଛନ୍ତି- ଓଡ଼ିଶା ସରକାରଙ୍କ ତରଫରୁ ଟ୍ରିବୁନାଲ୍ ଗଠନ ପାଇଁ ନଭେମ୍ବର ୧୯ ତାରିଖରେ ରାଜ୍ୟ ଜଳଂସପଦ ସଚିବ ଯେଉଁ ପିଟିସନ୍ ଦେଇଥିଲେ ସେଥିରେ ଛତିଶଗଡ଼ ବ୍ୟତୀତ ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ଝାଡ଼ଖଣ୍ଡକୁ ବି ପକ୍ଷଭୁକ୍ତ କରିଛନ୍ତି ।

ଚିଠିରେ ଲେଖିଥିଲେ ନବୀନ । ନବୀନ ଲେଖିଥିଲେ- ଛତିଶଗଡ଼କୁ ତୁରନ୍ତ ମହାନଦୀ ଉପରେ ନିର୍ମାଣ ବନ୍ଦ କରିବାକୁ କୁହାଯାଉ । ଏହାର ଉତ୍ତରରେ ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି- କେବେ ଏଭଳି ହୋଇଥିବାର ନଜିର ରହିଛି କି? ନବୀନ ଲେଖିଥିଲେ – ଶେଷ ସୁଯୋଗ ଭାବେ ପ୍ରଧାନମନ୍ତ୍ରୀ ମହାନଦୀ ବିବାଦର ସମାଧାନ ପାଇଁ ଏକ ବୁଝାମଣା ବୈଠକ ଡାକନ୍ତୁ । ଏଥିରେ ସେ ଯୋଗଦେବାକୁ ରାଜି ଅଛନ୍ତି । ଏହାର ଉତ୍ତରରେ ଧର୍ମେନ୍ଦ୍ର କହିଛନ୍ତି- ମୁଖ୍ୟମନ୍ତ୍ରୀ ଗତ ୬ ମାସରେ ଦଶ ଥର ଦିଲ୍ଲୀ ଗଲେଣି । କିନ୍ତୁ ମୋଦିଙ୍କ ସହ ଏ ସଂପର୍କରେ କାହିଁକି କଥା ହୋଇନାହାଁନ୍ତି?

ଏହାସହ ଦେଖନ୍ତୁ ଏହି ଭିଡିଓ –