ସମାଧାନ ସୁଅରେ ମହାନଦୀ ପାଣି : କାହାର ରହିଛି କେତେ ମାଲିକାନା,ତଥ୍ୟ ଖୋଜିବ ଜଏଂଟ କଂଟ୍ରୋଲ ବୋର୍ଡ

17

କନକ ବ୍ୟୁରୋ : ମହାନଦୀ ଜଳ ବିବାଦର ସମାଧାନ ନେଇ ଗଠନ ହେବ ମିଳିତ ନିୟନ୍ତ୍ରଣ ବୋର୍ଡ । ଏହି ବୋର୍ଡ ଅଧାରରେ ଜଳ ବିବାଦର ସମାଧନ କରାଯିବ ବୋଲି ଛତିଶଗଡ଼ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ୧୯୮୩ରେ ଓଡ଼ିଶା ଓ ମଧ୍ୟପ୍ରଦେଶ ମଧ୍ୟରେ ହୋଇଥିବା ଚୁକ୍ତି ଅନୁସାରେ ଜଳ ବିବାଦର ସମାଧନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ସେହିପରି ତଥ୍ୟ ଆଦାନ ପ୍ରଦାନ ଭିତରେ ସମସ୍ତ ସମସ୍ୟାର ସମାଧନ କରାଯିବ ବୋଲି ସୂଚନା ଦେଇଛନ୍ତି ଓଡ଼ିଶାର ମୁଖ୍ୟ ଶାସନ ସଚିବ । ଯାହାବି ପ୍ରକଳ୍ପ ହେବ ଉଭୟ ରାଜ୍ୟ ମଧ୍ୟରେ ଆଲୋଚନା ଭିତିରେ ନିଷ୍ପତି ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି ।

ମହାନଦୀ ଜଳ ବିବାଦର ସମାଧାନ ନେଇ ଆଜି ନୂଆଦିଲ୍ଲୀରେ ବସିଥିଲା ଆନ୍ତଃରାଜ୍ୟ ପରିଷଦ ବୈଠକ । କେନ୍ଦ୍ର ଜଳ ସଂପଦ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଏବଂ ଛତିଶଗଡ଼ ମୁଖ୍ୟ ଶାସନ ସଚିବ ବିବେକ ଧନ୍ଦ ଯୋଗ ଦେଇଥିଲେ । ମହାନଦୀର ଉପରମୁଣ୍ଡରେ ବନ୍ଧ ନିର୍ମାଣକୁ ନେଇ ଉଭୟ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବିବାଦ ଉପୁଜିଥିବା ବେଳେ ଏହାର ସମାଧାନ ପାଇଁ ଆଜି ଏହି ବୈଠକ ବସିଥିଲା ।