ତ୍ରିପାକ୍ଷିକ ବୈଠକ ପୂର୍ବରୁ ରମଣ ସିଂହଙ୍କ ସକରାତ୍ମକ ଆଭିମୁଖ୍ୟ : କହିଲେ ମହାନଦୀ ଉପରେ ରହିଛି ଉଭୟ ରାଜ୍ୟର ହକ୍

17

କନକ ବ୍ୟୁରୋ : ଦିଲ୍ଲୀରେ ତ୍ରିପାକ୍ଷିକ ବୈଠକ ପୂର୍ବରୁ ଛତିଶଗଡ ସରକାରଙ୍କ ସକାରାତ୍ମକ ଆଭିମୁଖ୍ୟ । ମହାନଦୀ କେବଳ ଛତିଶଗଡର ନୁହେଁ ଓଡିଶାର ମଧ୍ୟ ଜୀବନ ରେଖା ବୋଲି ରମଣ ସିଂହ କହିଛନ୍ତି । ପ୍ରକୃତି ମହାନଦୀକୁ ଏତେ ଜଳ ଦେଇଛି ଯେ ଏହାକୁ ନେଇ କୌଣସି ବିବାଦ ହେବାର ସମ୍ଭାବନା ନାହିଁ । ଛତିଶଗଡ ଓଡିଶାକୁ ପ୍ରଚୁର ପରିମାଣରେ ପାଣି ଦେଉଛି । ଏତେ ପରିମାଣର ପାଣି ଦେଉଛି ଯେ, ବର୍ଷକୁ ୩ ଥର ହୀରାକୁଦ ଜଳ ଭଣ୍ଡାର ଭରିଯିବ ବୋଲି କହିଛନ୍ତି ରମଣ ।