ମହାନଦୀ ମହାସଂଗ୍ରାମ ପାଇଁ ଅଭିଯାନ : ମହିଳାମାନେ କରିଛନ୍ତି କଳସ ଶୋଭାଯାତ୍ରା

37

କଟକ ବ୍ୟୁରୋ, କନକ ନ୍ୟୁଜ୍ : ବିଜୁ ଜନତା ଦଳର ମହାନଦୀ ବଂଚାଅ ଦସ୍ତଖତ ଅଭିଯାନ ପାଇଁ କଟକ ଆନନ୍ଦ ଭବନ ସମ୍ମୁଖ ପଡିଆରେ ଦଳ ପକ୍ଷରୁ ବିଶାଳ ଆୟୋଜନ କରାଯାଇଛି । ଦଳର ବହୁ ବରିଷ୍ଠ ନେତା ଓ ଶତାଧିକ କର୍ମୀ ଏହି ଅଭିଯାନରେ ଯୋଗଦଦେବାର କାର୍ଯ୍ୟକ୍ରମ ରହିଛି ।

ଏହି ଦସ୍ତଖତ ଅଭିଯାନରେ ସାମିଲ ହୋଇଛନ୍ତି ଅନେକ କର୍ମୀ ଓ ନେତା । ଏହାସହ ମହିଳାମାନେ ମଧ୍ୟ କଳସ ଶୋଭାଯାତ୍ରା କରିଛନ୍ତି । ରାଜ୍ୟର ସମସ୍ତ ପରିବାରରୁ ଦସ୍ତଖତ ସଂଗ୍ରହ କରିବା ଲକ୍ଷ୍ୟ ରଖିଛି ଶାସକ ଦଳ । ମହାନଦୀ ବଂଚାଅ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ପାରାଦୀପରୁ ହୀରାକୁଦ ପର୍ଯ୍ୟନ୍ତ ମାନବଶୃଙ୍ଖଳ କରିବା ପାଇଁ ମଧ୍ୟ ବିଜେଡି ଯୋଜନା କରିଛି ।