ମହାନଦୀର ମହାଦ୍ୱନ୍ଦ୍ୱ : ରଣନୀତି ପ୍ରସ୍ତୁତ ପାଇଁ ୭ରୁ ୧୦ ଦିନ ସମୟ ନେଲେ ରାଜ୍ୟ ସରକାର

23

କନକ ବ୍ୟୁରୋ : ମହାନଦୀ ଲଢେଇର ପରବର୍ତୀ ପଦକ୍ଷେପ ନେଇ ଦ୍ୱନ୍ଦ୍ୱରେ ସରକାର । ଗତକାଲି ଦିଲ୍ଲୀରେ ତ୍ରିପାକ୍ଷିକ ବୈଠକ ବିଫଳ ହେବା ପରେ ସୁପ୍ରିମକୋର୍ଟ ଯିବାନେଇ ଓଡିଶା ସରକାର ସଂକେତ ଦେଇଥିଲେ । କିନ୍ତୁ ଆଜି କ୍ୟାବିନେଟ ବୈଠକ ପରେ ରାଜ୍ୟ ସରକାର ଏ ସଂକ୍ରାନ୍ତରେ ନିଷ୍ପତି ନେବାକୁ ୭ରୁ ୧୦ ଦିନ ସମୟ ନେଇଛନ୍ତି ।

ଅନୁମାନ କରାଯାଉଛି ଆଇନଗତ ଲଢେଇ ଦୀର୍ଘ ସମୟ ଧରି ଚାଲିବାର ଆଶଙ୍କା ଥିବାରୁ ଏହି ନିଷ୍ପତି ନେବା ପୂର୍ବରୁ ସରକାର ଅଧିକ ତର୍ଜମା କରିବେ । କ୍ୟାବିନେଟ ବୈଠକ ଶେଷ ହେବା ପରେ ମୁଖ୍ୟ ଶାସନ ସଚିବ କହିଛନ୍ତି, ସମସ୍ତ ବିକଳ୍ପ ଖୋଲା ରଖାଯାଇଛି । ଆଇନଗତ ଦିଗ ନେଇ ମଧ୍ୟ ତର୍ଜମା ଚାଲିଛି । କ୍ୟାବିନେଟ ବୈଠକରେ ଅଧିକାଂଶ ବିଭାଗର ମନ୍ତ୍ରୀ, ସଚିବଙ୍କ ସମେତ ଆଇନ ବିଭାଗର ସଚିବ ଓ ଆଡଭୋକେଟ ଜେନେରାଲ ସୂର୍ଯ୍ୟପ୍ରସାଦ ମଧ୍ୟ ଉପସ୍ଥିତ ଥିଲେ ।

ଦିଲ୍ଲୀରେ ତ୍ରିପାକ୍ଷିକ ବୈଠକରେ କଣ ଘଟିଥିଲା ଏବଂ ରାଜ୍ୟ କଣ ଆଭିମୁଖ୍ୟ ଉପସ୍ଥାପନ କରିଥିଲେ ତାହା କ୍ୟାବିନେଟ ବୈଠକରେ ସୂଚନା ଦିଆଯାଇଥିଲା । ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ କ୍ୟାବିନେଟ ସମର୍ଥନ କରିଥିଲା । ତେବେ ମହାନଦୀ ଲଢେଇରେ ରାଜ୍ୟ ସରକାରଙ୍କ ପରବର୍ତୀ ପଦକ୍ଷେପ କଣ ହେବ ତାହା ଉପରେ ଏବେ ସମସ୍ତଙ୍କ ନଜର ।

ଏହା ସହ ଦେଖନ୍ତୁ ଏହି ଭିଡିଓ –