ମହାନଦୀ ଜଳବିବାଦ ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ଶୁଣାଣୀ : ଓଡ଼ିଶା ଦାୟର କରିଥିବା ମାମଲାର ଶୁଣାଣି କରିବେ ୩ଜଣିଆ ଖଣ୍ଡପୀଠ

29

କନକ ବ୍ୟୁରୋ : ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ । ଏ ନେଇ ଓଡିଶା ପକ୍ଷରୁ ଦାୟର ମାମଲାର ଶୁଣାଣି କରିବେ ତିନିଜଣିଆ ଖଣ୍ଡପୀଠ । ପୂର୍ବରୁ ମାମଲାରେ ଓଡିଶା ସମେତ ଛତିଶଗଡ ଓ କେନ୍ଦ୍ର ସରକାର ନିଜର ପକ୍ଷ ରଖିସାରିଛନ୍ତି ।

ମହାନଦୀ ଉପର ମୁଣ୍ଡରେ ଛତିଶଗଡ ସରକାର କରୁଥିବା ପ୍ରକଳ୍ପ ଉପରେ ସ୍ଥଗିତାଦେଶ ଓ ଟ୍ରିବ୍ୟୁନାଲ ଗଠନ ପ୍ରକ୍ରିୟା ଆରମ୍ଭ କରିବା ପାଇଁ  ଓଡିଶା ପକ୍ଷରୁ କୁହାଯାଇଥିଲା । ୩ ଜଣିଆ ଖଣ୍ଡପୀଠରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ବି ଅଛନ୍ତି । ମହାନଦୀ ଜଳ ବିବାଦକୁ ନେଇ ଓଡିଶା –ଛତିଶଗଡ ମଧ୍ୟରେ ବିବାଦ ଲାଗିରହିଛି । ମହାନଦୀ ଉପରମୁଣ୍ଡରେ ଛତିଶଗଡର ବ୍ୟାରେଜ ନିର୍ମାଣକୁ ବିରୋଧ କରୁଛି ଓଡିଶା ।