ମହାନଦୀ ଜଳ ବିବାଦ ପ୍ରସଙ୍ଗ : ପଶ୍ଚିମ ଓଡିଶାରେ ୬ଟି ଜିଲ୍ଲାରେ ବିଜେଡି କଳସ ଶୋଭାଯାତ୍ରା

19

କନକ ବ୍ୟୁରୋ : ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ପଶ୍ଚିମ ଓଡିଶାର ୬ଟି ଜିଲ୍ଲାରେ କଳସ ଯାତ୍ରା କରାଯାଉଛି। ବିଜେଡି ପକ୍ଷରୁ ମହାନଦୀ ବଂଚାଓ ଓଡିଶା ବଂଚାଓ ଅଭିଯାନ ଆରମ୍ଭ ହୋଇଛି । ଆଜି ବରଗଡରେ ବିଜେଡି ମହିଳା ମୋର୍ଚା ପକ୍ଷରୁ କଳସ ଯାତ୍ରା କରାଯାଉଛି।  ବରଗଡରେ ମହିଳା କର୍ମୀମାନେ କଳସ ମୁଣ୍ଡାଇ ଶୋଭାଯାତ୍ରା କରୁଛନ୍ତି। ଏହି କଳସ ଯାତ୍ରା ୨୫ ତାରିଖ ଯାଏଁ ଚାଲିବ।