ମହାନଦୀ ଜଳ ବିବାଦ ପ୍ରସଙ୍ଗ : ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କଲା ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ କମିଟି

18

କନକ ବ୍ୟୁରୋ : ଓଡିଶା- ଛତିଶଗଡ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରିପୋର୍ଟ ଦେଲା ବିଜେଡି ଫ୍ୟାକ୍ଟ ଫାଇଣ୍ଡିଙ୍ଗ୍ ଟିମ୍ । ମୁଖ୍ୟମନ୍ତ୍ରୀଙ୍କୁ ୨୫ ପୃଷ୍ଟା ସମ୍ବଳିତ ରିପୋର୍ଟ ଦିଆଯାଇଛି । ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ମନ୍ତ୍ରୀ ଦେବୀ ମିଶ୍ର ଏହି ରିପୋର୍ଟ  ଦେଇଛନ୍ତି ।

ମହାନଦୀ ଉପର ମୁଣ୍ଡରେ ଛତିଶଗଡ ଚଳାଇଥିବା ଏକପାଖିଆ ନିର୍ମାଣର ଅନୁଧ୍ୟାନ କରିବାକୁ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ବିଜେଡିର ଏକ ଟିମ୍ ଛତିଶଗଡ ଗସ୍ତ କରିଥିଲା । ରିପୋର୍ଟ ଦେବା ପରେ ପ୍ରତିକ୍ରିୟାରେ ପ୍ରସନ୍ନ କହିଛନ୍ତି, ଓଡିଶାର ଅଧିକାର କ୍ଷୁର୍ଣ୍ଣ ହେଉଛି । ଛତିଶଗଡର ପକଳ୍ପ ଦ୍ୱାରା ଓଡିଶାର ବ୍ୟାପକ କ୍ଷତି ହେବ । ଛତିଶଗଡ ପ୍ରକଳ୍ପ ନିର୍ମାଣ, ସଂଘୀୟ ବ୍ୟବସ୍ଥାକୁ ଉଲଙ୍ଘନ କରୁଛି । ଏପରି କାର୍ଯ୍ୟ ପଛରେ କେନ୍ଦ୍ରର ସହଯୋଗ ରହୁଛି । ରାଜ୍ୟର ସ୍ୱାର୍ଥକୁ ଦଳିଦେବା ପାଇଁ ଏହା ଛତିଶଗଡ, କେନ୍ଦ୍ର ସରକାରଙ୍କ ଓ ରାଜ୍ୟ ବିଜେପିର ଏକ ମିଳିତ ଚକ୍ରାନ୍ତ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –