ଦୁଇଦିନର ଅଚଳାବସ୍ଥା ପରେ ସ୍ୱାଭାବିକ ହୋଇପାରିବ କି ଗୃହ ଅବସ୍ଥା?

18

ବିଧାନସଭାରେ ଆଜି ମହାନଦୀ ପ୍ରସଙ୍ଗରେ ପାଂଚ ଘଂଟା ଧରି ଆଲୋଚନା ହେଲା କିନ୍ତୁ ମୁଖ୍ୟମନ୍ତ୍ରୀ ଗୃହରେ ରହିଲେ ମାତ୍ର ୫ ମିନିଟ୍ ଏବଂ ମୁଖ୍ୟମନ୍ତ୍ରୀଙ୍କ ତରଫରୁ କୈାଣସି ଉତର ମଧ୍ୟ ଗୃହରେ ଦିଆଗଲାନି । କିନ୍ତୁ ମହାନଦୀ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କ ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ସେ ମହାନଦୀକୁ ନେଇ କୈାଣସି ପ୍ରକାର ସାଲିସ କରିବେନି । କିନ୍ତୁ ସେହି ସମୟରେ ତୀର୍ଥଯାତ୍ରୀ ସ୍କିମ ଇନାଗୁରେଟ୍ କରିବା ପାଇଁ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ରେଲ ଷ୍ଟେସନକୁ ଯାଇଥିଲେ । ଏଠି ପ୍ରଶ୍ନ ଉଠୁଛି ବିଧାନସଭାରେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ସମୟରେ ଏଭଳି ଆଭିମୁଖ୍ୟ ଓ ଆଚରଣ ଗ୍ରହଣଯୋଗ୍ୟ କି? ଏହି ତମାମ୍ ପ୍ରସଙ୍ଗ ଉପରେ ଦେଖନ୍ତୁ ବିଗ୍ ଡିବେଟ୍