ମହାନଦୀ ଜଳବିବାଦ ପ୍ରସଙ୍ଗ : ପ୍ରଦେଶ କଂଗ୍ରେସ କମିଟିର ଆସନ୍ତାକାଲି ଓଡିଶା ବନ୍ଦ ଡାକରା

27

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମହାନଦୀ ପ୍ରସଙ୍ଗରେ ଆସନ୍ତାକାଲି ଓଡିଶା ବନ୍ଦ ଡାକରା ଦେଇଛି ପ୍ରଦେଶ କଂଗ୍ରେସ କମିଟି । ଏନେଇ ପୁଣି ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ । ଓଡିଶାର ସ୍ୱାର୍ଥ ଦୃଷ୍ଟିରୁ ବନ୍ଦକୁ ସଫଳ କରିବା ଲାଗି ଆହ୍ୱାନ ଦେଇଛନ୍ତି ପ୍ରସାଦ । ବନ୍ଦକୁ ସମର୍ଥନ ଜଣାଇଛନ୍ତି ହାଇକୋର୍ଟ ବାର ଆସୋସିଏସନ, ଉକôଳ ବ୍ୟବସାୟୀ ସଂଘ ଓ ରାଜ୍ୟ ଟ୍ରକ ଏବଂ ବସ ମାଲିକ ସଂଘ । ତେବେ କଟକ ନଗର କଂଗ୍ରେସ ଏହି ପ୍ରସଙ୍ଗରେ ପୂର୍ବରୁ ବନ୍ଦ ପାଳନ କରିସାରିଥିବାରୁ ଆସନ୍ତାକାଲି କଟକରେ ବନ୍ଦ ପାଳନ କରାଯିବ ନାହିଁ ବୋଲି ପ୍ରସାଦ କହିଛନ୍ତି । ଛତିଶଗଡ ଏବଂ ଓଡିଶା ସରକାର ଓଡିଆ ଲୋକଙ୍କୁ ପ୍ରତାରଣା କରିଥିବାର ଅଭିଯୋଗ ଆଣି ଏହି ବନ୍ଦ ଡାକରା ଦେଇଛି କଂଗ୍ରେସ ।