ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଉମା ଭାରତୀଙ୍କ ପ୍ରତିକ୍ରିୟା : ମହାନଦୀକୁ ନେଇ ରାଜନୀତି କରୁଛି ବିଜେଡି

24

କନକ ବ୍ୟୁରୋ : ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଉମା ଭାରତୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ମହାନଦୀକୁ ନେଇ ରାଜନୀତି କରୁଛି ବିଜେଡି । ଆନ୍ତଃରାଜ୍ୟ ବୈଠକରେ ଓଡିଶା ସରକାର କାହିଁକି ଚୁପ୍ ରହିଲେ ବୋଲି ପ୍ରଶ୍ନ କରିଛନ୍ତି ଉମା ଭାରତୀ । ଏହାସହ ମହାନଦୀକୁ ନେଇ ଅଯଥା ରାଜନୀତି କରାନଯାଉ । ୨ ରାଜ୍ୟ ମହାନଦୀ ପ୍ରସଙ୍ଗରେ ସମାଧାନର ବାଟ ବାହାର କରନ୍ତୁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହାସହ ରେଳରୋକକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି ।