ମହାନଦୀ ପାଣି ବିବାଦ : ଛତିଶଗଡରେ କେଲୋ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ କରୁଛି ବିଜେଡି ପୂର୍ଣ୍ଣାଙ୍ଗ କମିଟି

37

କନକ ବ୍ୟୁରୋ : ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଅନୁଧ୍ୟାନ ପାଇଁ ଛତିଶଗଡ଼ରେ ବିଜେଡିର ପୂର୍ଣ୍ଣାଙ୍ଗ କମିଟି। ଝାରସୁୁଗୁଡାରେ କେଲୋ ପ୍ରକଳ୍ପ ଦ୍ୱାରା ପ୍ରଭାବିତ କନକତୋରା ଅଂଚଳର ଲୋକଙ୍କ ସହ ଆଲୋଚନା କରିବା ପରେ ୧୫ ଜଣିଆ ଟିମ ଛତିଶଗଡ଼ରେ ପହଂଚିଛନ୍ତି । ରମଣ ସିଂହ ସରକାରର ଅଧିକାରୀଙ୍କ ଉପସ୍ଥିତିରେ କେଲୋ ପ୍ରକଳ୍ପ ଅଂଚଳରେ କ୍ଷେତ୍ର ପରିଦର୍ଶନ କରୁଛି ଟିମ୍ । ଏହାପରେ ଛତିଶଗଡ଼ ଜଳ ସଂପଦ ବିଭାଗ ଅଧିକାରୀଙ୍କ ସହିତ ଆଲୋଚନା କରିବେ । ବିଜେଡିର ପୂର୍ଣ୍ଣଙ୍ଗ କମିଟିର ନେତୃତ୍ୱ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ନେଉଥିବା ବେଳେ ଟିମରେ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ କିଶୋର ମହାନ୍ତି, ମଙ୍ଗଳା କିଶାନ, ପଦ୍ମନାଭ ବେହେରା, ସଂଜୟ ଦାସବର୍ମା, ରୋହିତ ପୂଜାରୀ, ସୁଶାନ୍ତ ସିଂହ, ରାସେଶ୍ୱରୀ ପାଣିଗ୍ରାହୀ ପ୍ରମୁଖ ରହିଛନ୍ତି ।