ମହାନଦୀ ବିବାଦ ପ୍ରସଙ୍ଗ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରିପୋର୍ଟ ଦେବ ଛତିଶଗଡ ଗସ୍ତ କରିଥିବା ପ୍ରତିନିଧି ଦଳ

21

କନକ ବ୍ୟୁରୋ : ଛତିଶଗଡରେ ମହାନଦୀ ଉପରେ ନିର୍ମାଣ ହେଉଥିବା ବ୍ୟାରେଜ ଗୁଡିକ ପ୍ରଭାବ ନେଇ ତଥ୍ୟ ହାସଲ ଓଡିଶା ଫେରିଥିବା ବିଜେଡିର ପ୍ରତିନିଧି ଦଳ ଆଜି ରିପୋର୍ଟ ଦେବ। ଏହି ଦଳ ୨ ଦିନିଆ ଗସ୍ତ କରି ମହାନଦୀରେ ଛତିଶଗଡ ଗଢିଥିବା ବ୍ୟାରେଜ, ଆନିକଟ ଆଦି ଦେଖି ଫେରିଛନ୍ତି। ଆଜି ପ୍ରତିନିଧି ଦଳ ଦେଇଥିବା ରିପୋର୍ଟ ଆଧାରରେ ସରକାର ପରବର୍ତୀ ପଦକ୍ଷେପ ନେବେ ବୋଲି ସୂଚନା ମିଳିଛି।

ପିପିପି ମୋଡରେ ବିଶାଳକାୟ ପ୍ରକଳ୍ପମାନ କରୁଛି ଛତିଶଗଡ। ଏହାର ଅନୁମାନ ରାଜ୍ୟ ସରକାର କରିପାରି ନଥିବା ସ୍ପଷ୍ଟ ହୋଇଛି। ଅନ୍ୟପଟେ ସବୁ ଦଳ ମିଳିତ ଭାବେ ମହାନଦୀ ପାଇଁ ଲଢିବାକୁ ମତ ରଖିଲେଣି ବିଜେଡି ନେତା। ଛତିଶଗଡରେ ସମସ୍ତ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ହୀରାକୁଦ ଠାରୁ ପାରାଦୀପ ଯାଏଁ ଜଳ ସଂକଟ ଦେଖାଯିବ ବୋଲି ପ୍ରତିନିଧି ଦଳ ମତ ରଖିଛନ୍ତି।