ତେଜିଲା ମହାନଦୀର ମହାବିବାଦ : ରାଜ୍ୟର ବିଭିନ୍ନ ଷ୍ଟେସନରେ ଛତିଶଗଡ ଅଭିମୁଖେ ଯାଉଥିବା ମାଲଗାଡି ରୋକିବେ ବିଜେଡି କର୍ମୀ

17

କନକ ବ୍ୟୁରୋ : ମହାନଦୀ ମହାବିବାଦ ନେଇ ଆନ୍ଦୋଳନକୁ ଅଧିକ ଜୋରଦାର କରୁଛି ବିଜେଡି । ଓଡିଶାକୁ ଅନ୍ଧାରରେ ରଖି ମହାନଦୀ ଉପରମୁଣ୍ଡରେ ଗୋଟିଏ ପରେ ଗୋଟିଏ ବ୍ୟାରେଜ ନିର୍ମାଣ କରୁଛି ଛତିଶଗଡ । ଏହାର ପ୍ରତିବାଦରେ ଆଜି ରାଜ୍ୟର ବିଭିନ୍ନ ରେଳ ଷ୍ଟେସନରେ ଛତିଶଗଡ ଅଭିମୁଖେ ଯାଉଥିବା ମାଲଗାଡିକୁ ବନ୍ଦ କରିବ ବିଜେଡି । ଏହାସହ ଭୁବନେଶ୍ୱର ସ୍ଥିତ କେନ୍ଦ୍ରୀୟ ଜଳ ଆୟୋଗ- ସିଡବ୍ଲୁସି ଅଫିସ ସମ୍ମୁଖରେ ଦଳ ଆରମ୍ଭ କରିବ ରିଲେ ଅନଶନ ।

ଏହି ବିବାଦ ଜୋର ଧରିବା ପରେ କେନ୍ଦ୍ର ଜଳ ସଚିବଙ୍କ ଅଧ୍ୟକ୍ଷତାରେ ଦୁଇ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ମଧ୍ୟରେ ଏକ ବୈଠକ ହୋଇଥିଲା। ଏଥିରେ ଓଡିଶାକୁ କୌଣସି ସୂଚନା ନଦେଇ ଛତିଶଗଡ ବ୍ୟାରେଜ, ଡ୍ୟାମ୍ ନିର୍ମାଣ କରୁଥିବା ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ମତ ରଖିଥିଲେ । ଅନ୍ୟପଟେ ୧୫ ଦିନ ମଧ୍ୟରେ ସମସ୍ତ ନିର୍ମାଣର ତଥ୍ୟ ଦେବେ ବୋଲି ଛତିଶଗଡ ମୁଖ୍ୟ ଶାସନସଚିବ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି । ତେବେ ରମଣ ସିଂ ସରକାର ବିଭିନ୍ନ ସମୟରେ ମିଛ କହୁଥିବା ଅଭିଯୋଗ କରିଛି ବିଜେଡି । ସେଥିପାଇଁ ପ୍ରତିକାତ୍ମକ ବିରୋଧ ପ୍ରଦର୍ଶନ କରିବ ଦଳ ।