ମହାନଦୀ ପାଣିକୁ ନେଇ ଜୋର ଧରିଲା ରାଜନୀତି : ଆଜି ବରଗଡରେ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ କରିବ ଦଳ

22

ବରଗଡ : ଉଭୟ ଛତିଶଗଡ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନକୁ ଜୋରଦାର କରିଛି ବିଜେଡି । ଓଡିଶାର ପରାମର୍ଶ ନନେଇ ମହାନଦୀ ଉପର ମୁଣ୍ଡରେ ଛତିଶଗଡର ନିର୍ମାଣ ବିରୋଧରେ ରାସ୍ତାକୁ ଓହ୍ଲାଇଛି ଦଳ । ବିଜେଡି ଯୁବମୋର୍ଚ୍ଚା ପକ୍ଷରୁ ସମ୍ବଲପୁରରୁ ଆରମ୍ଭ ହୋଇଛି ପ୍ରତିବାଦ ଧାରଣା ଓ ବିକ୍ଷୋଭ । ଆଜି ବରଗଡରେ ଦଳ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବ । ପର୍ଯ୍ୟାୟକ୍ରମେ ମହାନଦୀ ଅବବାହିକାରେ ଥିବା ୧୫ଟି ଜିଲ୍ଲାରେ ଆନ୍ଦୋଳନ କରିବ ଦଳ । ମହାନଦୀରେ ଛତିଶଗଡ ସରକାରଙ୍କ ନିର୍ମାଣ ପ୍ରସଙ୍ଗରେ ପ୍ରଥମେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ । ପରେ ଲୋକସଭାରେ ପ୍ରସଙ୍ଗ ଉଠାଇ ସଂସଦ ପରିସର ଗାନ୍ଧିମୂର୍ତି ତଳେ ଧାରଣାରେ ବସିଲେ ବିଜେଡି ସାଂସଦ । ଆଉ ଏବେ ରାଜରାସ୍ତାକୁ ଓହ୍ଲାଇଛି ଦଳ । ଜଳ ସଂପଦ ବିଭାଗର ଦୁଇଜଣ ଯନ୍ତ୍ରୀ ଛତିଶଗଡ ଯାଇ ମହାନଦୀରେ ନିର୍ମାଣ କାମ ଦେଖିବା ଯୋଜନାକୁ ଶେଷ ମୁହୁର୍ତରେ ସ୍ଥଗିତ ରଖାଯାଇଛି । ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଏକ ଟିମ୍ ଛତିଶଗଡ ପଠାଇବାକୁ ନିଷ୍ପତି ହୋଇଛି ।