ମହାନଦୀ ବିତର୍କରେ କାହିଁକି ବାଦ୍ ପଡିଲେ ଦାମ : ସତ କହିଲେ ସଚେତକ ଅନନ୍ତ ଦାସ

40

କନକ ବ୍ୟୁରୋ : ମହାନଦୀ ପ୍ରସଙ୍ଗରେ ତାଲିକାରୁ କଟିିଗଲା ଦାମ ବାବୁଙ୍କ ପ୍ରଶ୍ନ । ଏହାକୁ ନେଇ ବାଚସ୍ପତିଙ୍କ ବିରୋଧରେ ନିଆଁବାଣ ଦାମ । ହେଲେ ଦାମ ବାବୁଙ୍କ କଟା ଘାଆରେ ଚୂନ ଦେଇଛନ୍ତି ବିଜେଡି ମୁଖ୍ୟ ସଚେତକ । ଅନନ୍ତ ଦାସ କହିଛନ୍ତି, ବ୍ୟକ୍ତିଗତ ଭାବେ ମୁଁ ନିଷ୍ପତି ନେଇନାହିଁ । ଯାହା ହୋଇଛି ସବୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ହୋଇଛି ।

ଗତକାଲି ମହାନଦୀ ପ୍ରସଙ୍ଗରେ କହିବା ପାଇଁ ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତଙ୍କୁ ଅନୁମତି ଦେଇନଥିଲେ ବାଚସ୍ପତି ନିରଞ୍ଜନ ପୂଜାରୀ । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ଦାମ । ଏପରିକି ନିରଞ୍ଜନ ନିରପେକ୍ଷ ନୁହନ୍ତି ବୋଲି ଉକ୍ତି ରଖିଥିଲେ । ଶାସକ ଦଳର ଏଭଳି ତୁତୁ ମେମେରୁ ଫାଇଦା ନେବାକୁ ବସିଛନ୍ତି ବିରୋଧୀ । ଦାମ ବାବୁଙ୍କ ପ୍ରସଙ୍ଗ ଉଠାଇ ବାଚସ୍ପତିଙ୍କ ଭୂମିକାକୁ ପ୍ରଶ୍ନ କରିଛି ବିଜେପି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –