ମହାନଦୀ ଜଳବିବାଦର ସମାଧାନ ନେଇ କେନ୍ଦ୍ର ଉପରେ ଚାପ ପାଇଁ ଉଦ୍ୟମ ! ଆଜିଠାରୁ ଦିଲ୍ଲୀ ଜନ୍ତରମନ୍ତରଠାରେ ୫ ଦିନ ଧରି ଚାଲିବ ସତ୍ୟାଗ୍ରହ

33

କନକ ବ୍ୟୁରୋ: ଆଜିଠାରୁ ଜନ୍ତରମନ୍ତରଠାରେ ୫ଦିନିଆ ମହାନଦୀ ବଂଚାଅ ଆନ୍ଦୋଳନରେ ଧାରଣା ଓ ସତ୍ୟାଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ମହାନଦୀ ଜଳବିବାଦର ସମାଧାନ ପାଇଁ କେନ୍ଦ୍ର ଉପରେ ଚାପ ପକାଇବାକୁ ରାଜ୍ୟ ସରକାର ଏହି ଆନ୍ଦୋଳନାତ୍ମକ ପଦକ୍ଷେପ ଆରମ୍ଭ କରିବେ ।

ଓଡ଼ିଶାରୁ ଦୁଇ ଶହ ଜଣିଆ ପ୍ରତିନିଧିମଣ୍ଡଳ ଆଜି ସକାଳ ୧୦ଟାରୁ ଧାରଣାରେ ବସିବାର କାର୍ଯ୍ୟକ୍ରମ ରହିଛି । ସଂସଦର ଉଭୟ ଗୃହର ୭୯୦ଜଣ ସାଂସଦଙ୍କୁ ପତ୍ର ଲେଖାଯାଇ ଆନ୍ଦୋଳନକୁ ସମର୍ଥନ ଓ ସମ୍ବୋଧନ କରିବା ପାଇଁ ନିବେଦନ କରାଯାଇଛି ।

ଏହା ସହିତ ଅଗଷ୍ଟ ୯ କ୍ରାନ୍ତିଦିବସରେ ଆନ୍ଦୋଳନର ପ୍ରମୁଖ ନେତା, ରାଜନୈତିକ ଦଳ ପ୍ରତିନିଧିମାନେ ଜନ୍ତରମନ୍ତରରୁ ସଂସଦ ଭବନ ପର୍ଯ୍ୟନ୍ତ ପଦଯାତ୍ରା କରିବା ସହ ଓଡ଼ିଶାର ସାଂସଦଙ୍କ ସହ ସଂସଦ ପରିସରରେ ଥିବା ଗାନ୍ଧୀମୂର୍ତ୍ତି ତଳେ ସମୂହ ସତ୍ୟାଗ୍ରହରେ ବସିବେ ।

ସୂଚନା ମୁତାବକ, ମହାନଦୀ ବଂଚାଅ ଆନ୍ଦୋଳନର ମୁଖପାତ୍ର ବାସୁଦେବ ଭଟ୍ଟ ସୋମବାର ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ସୂଚିତ କରିଛନ୍ତି ଯେ, ଓଡ଼ିଶାରେ ମହାନଦୀ ପ୍ରବାହିତ ହୋଇଥିବା ଜିଲ୍ଲାଗୁଡ଼ିକର ୧୭୦ ଜଣ ଚାଷୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଏଥିରେ ୩୦ଜଣ ମହିଳା ସଦସ୍ୟ ମଧ୍ୟ ରହିଛନ୍ତି । ସଂସଦର ଉଭୟ ଗୃହର ୭୯୦ଜଣ ସାଂସଦଙ୍କୁ ପତ୍ର ଲେଖାଯାଇ ଆନ୍ଦୋଳନକୁ ସମର୍ଥନ ଓ ସମ୍ବୋଧନ କରିବା ପାଇଁ ଆବେଦନ କରାଯାଇଛି ।

ଅଗଷ୍ଟ ୯ କ୍ରାନ୍ତିଦିବସରେ ଆନ୍ଦୋଳନର ପ୍ରମୁଖ ନେତା, ରାଜନୈତିକ ଦଳ ପ୍ରତିନିଧିମାନେ ଜନ୍ତରମନ୍ତରରୁ ସଂସଦ ଭବନ ପର୍ଯ୍ୟନ୍ତ ପଦଯାତ୍ରା କରି ଓଡ଼ିଶାର ସମସ୍ତ ୩୧ଜଣ ସାଂସଦଙ୍କ ସହ ସଂସଦ ପରିସରରେ ଥିବା ଗାନ୍ଧୀମୂର୍ତ୍ତି ତଳେ ସମୂହ ସତ୍ୟାଗ୍ରହରେ ବସିବେ । ଆନ୍ଦୋଳନକାରୀମାନଙ୍କ ଦ୍ୱାରା ମହାନଦୀ ଜଳକୁ ଦିଲ୍ଲୀ ନିଆଯାଇଛି । ୩୧ଜଣ ସାଂସଦ ୩୧ଟି କଳସରେ ମହାନଦୀ ଜଳକୁ ଧରି ସତ୍ୟାଗ୍ରହରେ ବସିବେ ବୋଲି କୁହାଯାଇଛି ।