ମହାନଦୀ ବିବାଦ : ସୁପ୍ରିମକୋର୍ଟ ଯିବେ କି ରାଜ୍ୟ ସରକାର,ଆଜି ସ୍ପଷ୍ଟ କରିବ ବିଜେଡି

27

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମହାନଦୀ ବିବାଦର ସମାଧାନ ପାଇଁ କଣ କରିବେ ରାଜ୍ୟ ସରକାର । ପ୍ରସଙ୍ଗରେ ବିଜେଡି ସୁପ୍ରିମକୋର୍ଟର ଦ୍ୱାରସ୍ତ ହେବ କି ନାହିଁ , ଆଜି ଏହା ସ୍ପଷ୍ଟ ହେବ । ମହାନଦୀର ଉପର ମୁଣ୍ଡରେ ବ୍ୟାରେଜ ପରେ ବ୍ୟାରେଜ ନିର୍ମାଣ କରିଚାଲିଛି ଛତିଶଗଡ ସରକାର ।

ଅନେକ ପ୍ରକଳ୍ପର କାର୍ଯ୍ୟ ନେଇ ଓଡିଶାକୁ ଅନ୍ଧାରରେ ରଖାଯାଇଛି । ଏସବୁ ବ୍ୟାରେଜ ତିଆରି ହେଲେ ଅଣମୌସୁମୀ ସମୟରେ ଓଡିଶାରେ ଜଳଭାବ ଦେଖାଦେବ । ମହାନଦୀ ଶୁଖିଯିବ,ଏହି ପ୍ରସଙ୍ଗରେ କେନ୍ଦ୍ର ଜଳସମ୍ପଦ ବିଭାଗ ହସ୍ତକ୍ଷେପ କରିଥିଲେ ମଧ୍ୟ କୋ÷ଣସି ସୁଫଳ ମିଳିନାହିଁ । ବରଂ ମହାନଦୀ ବିବାଦକୁ ନେଇ ରାଜନୈତିକ ଦଳମାନଙ୍କ ମଧ୍ୟରେ ଛକାପଂଝା ଚାଲିଛି ।