କନକ ବ୍ୟୁରୋ : ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଆସନ୍ତା ୧୭ ତାରିଖରେ ବୈଠକ ପାଇଁ ରାଜ୍ୟ ସରକାର ପ୍ରସ୍ତାବ ଦେଇଛନ୍ତି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ଜଳସଂପଦ ମନ୍ତ୍ରାଳୟକୁ ଜଣାଇ ଦିଆଯାଇଛି । ଏନେଇ ଆସନ୍ତା ୧୨ ତାରିଖରେ ପ୍ରସ୍ତୁତି ବୈଠକ ବସିବ । ତ୍ରିପାକ୍ଷିକ ଆଲୋଚନା ପାଇଁ କେନ୍ଦ୍ର ଜଳସଂପଦ ମନ୍ତ୍ରାଳୟ ପ୍ରସ୍ତାବ ଦେବା ପରେ ରାଜ୍ୟ ସରକାର ୧୭ ତାରିଖରେ ବୈଠକ କରିବାକୁ ପ୍ରସ୍ତାବ ରଖିଛନ୍ତି । ଏହି ବୈଠକରେ ଓଡିଶା, ଛତିଶଗଡ ଓ କେନ୍ଦ୍ର ଜଳସଂପଦ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ସାମିଲ ହେବେ । ମହାନଦୀକୁ ନେଇ ଉପୁଜିଥିବା ବିବାଦର ସମାଧାନର ସୁତ୍ର ଖୋଜିବା ବୈଠକର ମୂଳଲକ୍ଷ୍ୟ ରହିଛି ।