ଓଡିଶାରେ ବନ୍ୟା ଆଣିବ କି ଛତିଶଗଡ଼ ଡ୍ୟାମ ? ଉପରମୁଣ୍ଡରେ ବର୍ଷା ଆଉ ଗେଟ୍ ଖୋଲିବା ପରେ ତଳମୁଣ୍ଡକୁ ବିପଦ

32

କନକ ବ୍ୟୁରୋ: ଛତିଶଗଡରୁ ହୀରାକୁଦକୁ ବହୁ ପରିମାଣରେ ବର୍ଷା ଜଳ ଇନଫ୍ଲୋ ହେଉଛି । ବର୍ତ୍ତମାନ ହୀରାକୁଦକୁ ୧ଲକ୍ଷ ୩୫ ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି ବୋଲି ଜଳସମ୍ପଦ ସଚିବ ପ୍ରଦୀପ ଜେନା କହିଛନ୍ତି । ସିଡବ୍ଲୁସି ତଥ୍ୟ ଅନୁସାରେ ହୀରାକୁଦକୁ ଇନଫ୍ଲୋ ଜଳ ବଢ଼ୁଥିବାବେଳେ ଆଉଟ ଫ୍ଲୋ ୪ଲକ୍ଷରୁ ୫ ଲକ୍ଷ କ୍ୟୁସେକ୍ ଜଳ ରହିଛି । ତେବେ ବର୍ତ୍ତମାନ ସୁଦ୍ଧା ୨୦ଟି ଗେଟ୍ ଦେଇ ବର୍ଷା ଜଳ ନିଷ୍କାସିତ ହେଉଥିବବେଳେ ଆଉ କେଇ ଘଣ୍ଟା ପରେ ହୀରାକୁଦ ଡ୍ୟାମର ଆଉ ୫ଟି ଗେଟ୍ ଖୋଲାଯିବ । ଯଦି ବନ୍ୟା ପରିସ୍ଥିତି ଉପୁଜେ ତେବେ ଏଥିପାଇଁ ଛତିଶଗଡ଼ ସରକାର ଦାୟୀ ରହିବେ ବୋଲି ରାଜ୍ୟ ସରକାର କହିଛନ୍ତି । କାରଣ ଛତିଶଗଡ ଜଳ ଭଣ୍ଡାରରୁ ନିଷ୍କାସିତ ବର୍ଷା ଜଳର ଇନଫ୍ଲୋ ବହୁପରିମାଣରେ ବୃଦ୍ଧି ପାଉଛି ବୋଲି ଜଳସମ୍ପଦ ସଚିବ ପ୍ରଦୀପ ଜେନା କହିଛନ୍ତି ।

ସେପଟେ ମହାନଦୀରେ ବନ୍ୟା ଆଶଙ୍କା ନେଇ ସର୍ତକ ରହିବାକୁ ଆଗୁଆ ସତର୍କ ରହିବାକୁ କହିଛନ୍ତି ଏସଆରସି । ସମ୍ଭାବ୍ୟ ବନ୍ୟାନେଇ ସମସ୍ତ ଜିଲ୍ଲାପାଳଙ୍କୁ ଆଲର୍ଟ କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ । ବର୍ତ୍ତମାନ ସୁଦ୍ଧା ୨୦ଟି ଗେଟ୍ ଦେଇ ବର୍ଷା ଜଳ ନିଷ୍କାସିତ ହେଉଥିବବେଳେ ଆଉ କେଇ ଘଣ୍ଟା ପରେ ହୀରାକୁଦ ଡ୍ୟାମର ଆଉ ୫ଟି ଗେଟ୍ ଖୋଲାଯିବ । ୨୫ଟି ଗେଟ୍ ଦେଇ ହୀରାକୁଦରୁ ୪ଲକ୍ଷ କୁୃସେକ୍ ଜଳ ଛଡାଯିବ । ସେହିପରି ଗୁରୁବାର ସକାଳେ ମୁଣ୍ଡୁଳି ଦେଇ ୮ଲକ୍ଷ କ୍ୟୁସେକ ଜଳ ବହିବାରେ ବୋଲି ଆଶଙ୍କା କରାଯାଉଛି । ଅନ୍ୟପଟେ ଆଜି ସନ୍ଧ୍ୟା ସୁଦ୍ଧା ମୁଣ୍ଡୁଳି ଦେଇ ୬ଲକ୍ଷ କ୍ୟୁସେକ୍ ଜଳ ବହିବ ବୋଲି ଏସଆରସି କହିଛନ୍ତି ।

ସେନେଇ ପୂର୍ବରୁ ଏନଡିଆରଏଫ, ଓଡ୍ରାଫ, ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ପ୍ରସ୍ତୁତ ରହିବାକୁ ଏସଆରସିଙ୍କ ନିର୍ଦ୍ଦେଶ । ସେହିପରି ଭଦ୍ରକ ଜିଲ୍ଲା ସାଳନ୍ଦୀ ନଦୀରେ ସାମ୍ଭାବ୍ୟ ବନ୍ୟା ପରିସ୍ଥିତି ପୂର୍ବରୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ । ସେପଟେ ତଳିଆ ଅଞ୍ଚଳ ବାସୀଙ୍କ ସୁରକ୍ଷା ଏବଂ ସେମାନଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ସମ୍ବଲପୁର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ ।