ସତ ମାନିଲେ ଛତିଶଗଡ଼ ମନ୍ତ୍ରୀ ! କହିଲେ କମ୍ପାନୀମାନଙ୍କଠାରୁ ଆଗୁଆ ଜଳ କର ନେଇଛନ୍ତି ଛତିଶଗଡ଼ ସରକାର ,ସେହି ଟଙ୍କାରେ ନିର୍ମାଣ କରାଯାଇଛି ଡ୍ୟାମ୍

22

କନକ ବ୍ୟୁରୋ : ସତ ମାନିଲେ ଛତିଶଗଡ଼ ସରକାରଙ୍କ ଟେକ୍ସଟାଇଲ୍ ଓ ଏନର୍ଜି ମନ୍ତ୍ରୀ ଅମର ଅଗ୍ରୱାଲ୍ । ଗଣମାଧ୍ୟମ ସମ୍ମୁଖରେ ସ୍ୱୀକାର କରିଛନ୍ତି ବିଭିନ୍ନ କମ୍ପାନୀମାନଙ୍କୁ ପାଣି ଯୋଗାଇବା ପାଇଁ ଆଗୁଆ ଟଙ୍କା ନେଇଛନ୍ତି ଛତିଶଗଡ଼ ସକରାର । କମ୍ପାନୀମାନଙ୍କଠାରୁ ଆଗାମୀ ୧୫ବର୍ଷ ପାଇଁ ଜଳ କର ବାବଦକୁ ଟଙ୍କା ନେଇଛନ୍ତି ରମଣ ସିଂ ସରକାର । ଆଉ ସେହି ଟଙ୍କାରେ ମହାନଦୀର ଉପରମୁଣ୍ଡରେ ନିର୍ମାଣ କରିଛନ୍ତି ଡ୍ୟାମ୍ ।

ଅନ୍ୟପଟେ ହୀରାକୁଦ ଡ୍ୟାମରେ ଜଳସ୍ତର କମିବା ନେଇ ଓଡ଼ିଶା ସରକାରଙ୍କୁ ପରାମର୍ଶ ଦେଇଛନ୍ତି ଏହି ଛତିଶଗଡ଼ ମନ୍ତ୍ରୀ । କହିଛନ୍ତି ବିଶେଷଜ୍ଞ ଟିମ୍ ଦ୍ୱାରା ଏହାର ଯାଂଚ କରନ୍ତୁ ଓଡ଼ିଶା ସରକାର । ଏହା ସହ ମହାନଦୀ ପ୍ରସଙ୍ଗକୁ ଠିକ୍ ଯାଗାରେ ଉପସ୍ଥାପନ କରିବାକୁ ପରାମର୍ଶ ଦେଇଛନ୍ତି ଅମର । ମୋଦି ସରକାରଙ୍କ ୩ବର୍ଷ ପୂର୍ତ୍ତି ଅବସରରେ କୁଚିଣ୍ଡାରେ ଆୟୋଜିତ ସବକା ସାଥ୍ ସବକା ବିକାଶ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ଅବସରରେ ଏହା କହିଛନ୍ତି ଅମର ।

ଦେଖନ୍ତୁ ଏହି ଭିଡ଼ିଓ –