ମହାନଦୀରେ ଛତିଶଗଡର ବ୍ୟାରେଜ ନିର୍ମାଣ ପ୍ରସଙ୍ଗ : ଗ୍ରାଉଣ୍ଡ ଜିରୋରେ ସତ ପରଖିଲା କନକ ନ୍ୟୁଜ୍

27

କନକ ବ୍ୟୁରୋ : ମହାନଦୀରେ ବ୍ୟାରେଜ୍ ନିର୍ମାଣକୁ ନେଇ ଛତିଶଗଡ଼ ଓ ଓଡ଼ିଶା ମୁହାଁମୁହିଁ ହୋଇଛନ୍ତି । ସଂସଦ ଭିତରେ ବାହାରେ ଏହି ପ୍ରସଙ୍ଗକୁ ଉଠାଇଛି ଓଡ଼ିଶା । ଗତକାଲି ବିରୋଧୀ ଦଳ ଛତିଶଗଡ଼ରେ ପହଁଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ହେଲେ ଶାସକ ଦଳ କିମ୍ବା ସରକାରଙ୍କ ବିଶେଷଜ୍ଞ ଏପର୍ଯ୍ୟନ୍ତ ପହଁଚି ନାହାନ୍ତି ଗ୍ରାଉଣ୍ଡ ଜିରୋରେ । ତେବେ ଗ୍ରାଉଣ୍ଡ ଜିରୋରେ ତିନି ଦିନ ଧରି ଛତିଶଗଡରେ ସତ ପରଖିଛି କନକ ନ୍ୟୁଜ୍ । ଯେଉଁ ସବୁ ତଥ୍ୟ ପଦାକୁ ଜାଣିବାକୁ ପାଇଛି ତାହା ସାଂଘାତିକ । ମହାନଦୀ ଉପରେ ୮, ୧୦ଟି ନୁହେଁ ଅନେକ ଛୋଟ ବଡ ବ୍ୟାରେଜ୍ ନିର୍ମାଣ କରିଛି ଛତିଶଗଡ଼ । ଆହୁରି ଅନେକ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଚାଲିଛି । ନ୍ୟୁଜ୍ ସହ ଦେଖନ୍ତୁ ଏହି ଭିଡିଓ :