ମହାନଦୀରେ ରାଜନୀତିର ବନ୍ୟା : ୧୬ରେ ଓଡିଶା ବନ୍ଦ କରିବ କଂଗ୍ରେସ୍

24

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମହାନଦୀରେ ଆସିଛି ରାଜନୀତିର ବନ୍ୟା । ଆସନ୍ତା ୧୬ ତାରିଖରେ ଛତିଶଗଡ ଓ ଓଡିଶା ସରକାର ଓଡିଆ ଲୋକଙ୍କୁ ପ୍ରତାରଣା କରିଥିବାର ଅଭିଯୋଗ ଆଣି ଓଡିଶା ବନ୍ଦ ଡାକରା ଦେଇଛି କଂଗ୍ରେସ ।

ସେପଟେ ଛତିଶଗଡରୁ ଫେରିବା ପରେ ବିଜେଡି ଟିମ୍ ମାନସ ମନ୍ଥନ କରିଛି । ଛତିଶଗଡରେ କଣ ଦେଖିଲେ, ସେନେଇ ଏହି ଟିମ୍ ମୁଖ୍ୟମନ୍ତ୍ରୀଙ୍କୁ ଏକ ରିପୋର୍ଟ ଦେବ । ଏହାପରେ ମହାନଦୀ ଲଢେଇ ନେଇ ଓଡିଶା ସରକାର ନିଜର ପଦକ୍ଷେପ ଘୋଷଣା କରିପାରନ୍ତି। ଅନ୍ୟପଟେ ଭୁଲ ମନ୍ତବ୍ୟ ଦେଇଥିବା ଅଭିଯୋଗ କରି କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ବିଜେଡି ଆଣିଥିବା ସ୍ୱାଧିକାର ଭଙ୍ଗ ନୋଟିସକୁ ଲୋକସଭା ବାଚସ୍ପତି ଖାରଜ କରିଦେଇଛନ୍ତି।

ସେପଟେ କଂଗ୍ରେସର ବନ୍ଦ ଡାକରାକୁ କଡା ସମାଲୋଚନା କରିଛି ବିଜେପି । ଗୋଳିଆ ପାଣିରୁ ରାଜନୈତିକ ଫଇଦା ନେବାକୁ ଦଳ ଉଦ୍ୟମ କରୁଛି ଏବଂ ଏହାର ଜବାବ ଓଡିଶାର ଜନସାଧାରଣ ଦେବେ ବୋଲି କହିଛି ବିଜେପି ।